
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବୈତରଣୀ ନଦୀରେ ଆସିଥିବା ଛୋଟବଡ ୪/୫ଟି ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତଳିଆ ଅଂଚଳ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଂଚାୟତର ୨୨ଟି ଗାଁର ଶତାଧିକ ଚାଷୀଙ୍କର ହଜାର ହଜାର ଏକର ସାରଦ ଧାନତଳି ଧୋଇ ନେଇଥିଲା। ଏପରି ଖବର ପାଇବା ପେର ଉଭୟ ଜିଲା ପ୍ରଶାସନ ଓ କୃଷି ବିଭାଗର ଅଧିକାରୀଙ୍କ ପକ୍ଷରୁ ମିଳିତ ଭୋବ କ୍ଷେତ୍ରୀୟ ପରିଦଶର୍ନ କରିବା ସହ ଚାଷୀମାନଙ୍କୁ ଭେଟିଥେôଲ। ଏପରିକି କ୍ଷୟକ୍ଷତି ହୋଇଥିବା ଚାଷର କ୍ଷତିପୂରଣ ଖୁବଶିଘ୍ର ମିଳିବ ବୋଲି ପ୍ରତିଶୃତି ଦେଇଥେôଲ। ତାହାସହ ଚାନ୍ଦବାଲି ତହସିଲଦାରଙ୍କ ଦପ୍ତରରୁ ଗତ େଅକ୍ଟାବର ମାସ ୨୫ତାରିଖେର ଚିଠି ସଂଖ୍ୟା େ୧ର ପ୍ରକାଶିତ କ୍ଷତିଗ୍ରସ୍ତ ଚାଷୀମୋନ ନିଜର ଚାଷଜମିର ପରିମାଣ, ବ୍ୟାଙ୍କ ବହିର ନକଲ, ପରିଚୟପତ୍ର େଅକ୍ଟାବର ୨୭ରୁ ନେଭମ୍ବର ୧୫ତାରିଖ ମଧ୍ୟେର ଆରଡି ରାଜସ୍ୱ ଅଧିକାରୀଙ୍କ ପାଖେର ଦାଖଲ କରିବା ପାଇଁ ନଟକା ଜାରି ହୋଇଥିଲା। ଏପରିକି କ୍ଷତିଗ୍ରସ୍ତ ଚାଷୀମୋନ ନିର୍ଦ୍ଧାରିତ ସମୟର ମଧ୍ୟେର ତାଙ୍କର କ୍ଷୟକ୍ଷତିର ଦସ୍ତାବିଜ ଦେଇଥେôଲ ମଧ୍ୟ ସହାୟତା ମିଳିପାରୁ ନାହଁ ବୋଲି ଚାଷୀମୋନ କହିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଓ କୃଷି ବିଭାଗର ଉଚ୍ଚପ୍ରଦାଧିକାରୀ ଦୃଷ୍ଟି ଦେବାକୁ ଚାଷୀମୋନ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ