୧୫ଟି ସାଙ୍ଗଠନିକ ଜିଲ୍ଲା ପାଇଁ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା କଲା ବିଜେଡି
ଭୁବନେଶ୍ବର , 16 ଜାନୁଆରି (ହି.ସ.)- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଉପସଭାପତି, ବିଜୁ ଜନତା ଦଳ ୧୫ଟି ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ୧୨୬ ବ୍ଲକ ସଭାପତି ଓ ୪୧ ନଗର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଏହି ୧୫ଟି ସାଙ୍ଗଠନିକ
୧୫ଟି ସାଙ୍ଗଠନିକ ଜିଲ୍ଲା ପାଇଁ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା କଲା ବିଜେଡି


ଭୁବନେଶ୍ବର , 16 ଜାନୁଆରି (ହି.ସ.)- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଉପସଭାପତି, ବିଜୁ ଜନତା ଦଳ ୧୫ଟି ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ୧୨୬ ବ୍ଲକ ସଭାପତି ଓ ୪୧ ନଗର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଏହି ୧୫ଟି ସାଙ୍ଗଠନିକ ଜିଲ୍ଲା ହେଲା ବୌଦ୍ଧ, ବରଗଡ, କଟକ, ଦେଓଗଡ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କନ୍ଧମାଳ, କୋରାପୁଟ, ନୟାଗଡ, ନୂଆପଡା, ରାଉରକେଲା, ରାୟଗଡା, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ।

ପ୍ରକାଶଯୋଗ୍ୟ କି, ପୂର୍ବରୁ ୯ଟି ସାଙ୍ଗଠନିକ ଜିଲ୍ଲାର ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ଆଜିର ଘୋଷଣା ସହିତ ମୋଟ ୨୪ଟି ସାଙ୍ଗଠନିକ ଜିଲ୍ଲାର ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା ସମ୍ପୂର୍ଣ୍ଣ ହୋଇଛି । ଏହି ସାଙ୍ଗଠନିକ ନିଯୁକ୍ତି ପ୍ରକ୍ରିୟା ଦଳର ତୃଣମୁଳ ସ୍ତରର ସଙ୍ଗଠନକୁ ଅଧିକ କି୍ରୟାଶୀଳ କରିବା ସହ ନବ ନିଯୁକ୍ତ ବ୍ଲକ ଓ ନଗର ସଭାପତିମାନେ ଦଳୀୟ ସଂଗଠନକୁ ଶକ୍ତିଶାଳୀ କରିବା ସହ ବିଜୁ ଜନତା ଦଳର ଦୃଷ୍ଟିକୋଣ ଓ ନୀତିକୁ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସାଙ୍ଗଠନିକ ଶିଷ୍ଟାଚାର, ତୃଣମୂଳ ସଶକ୍ତିକରଣ ଓ ଓଡ଼ିଶାର ଜନସାଧାରଣଙ୍କ ସେବା ପ୍ରତି ଦୃଢ଼ ପ୍ରତିବଦ୍ଧ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande