ବିଜେପିରେ ଯୋଗଦେଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ
ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ଜେନା, ବଡ଼ଚଣା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ସାଂସଦ ଶ୍ରୀମତୀ ରିତା ତରାଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସମେତ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରା
ଵକଦଗ୯୦


ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ଜେନା, ବଡ଼ଚଣା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ସାଂସଦ ଶ୍ରୀମତୀ ରିତା ତରାଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସମେତ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳା ବିଜେଡି ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ଜିଲ୍ଲା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକ, ସମିତିସଭ୍ୟା ଖିରାବଦ୍ଧି ତନୟା ମଲିକ, ପୂର୍ବତନ ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ, ଧର୍ମଶାଳା ବିଜେଡି ଯୁବ ସଂଗଠକ ସନ୍ତୋଷ ତରାଇ, ଆଦିତ୍ୟ ପ୍ରସାଦ ପୃଷ୍ଟି ଓ ଧର୍ମଶାଳା ସାମାଜିକ ଗଣମାଧ୍ୟମ ସଂଯୋଜିକା ଚିନ୍ମୟୀ ବେହୁରା ପ୍ରମୁଖ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।

ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ସେମାନେ ହେଲେ ବଡଚଣା ବ୍ଲକ ୧୮ନଂ ଜୋନ୍ ର ସସ୍ମିତା ମହାନ୍ତି, ୨୦ନଂ ଜୋନ୍ ର ଜୟଶ୍ରୀ ସାମଲ; ଧର୍ମଶାଳା ବ୍ଲକ ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସୁଧାଂଶୁ ସାହୁ, ୧୩ନଂ ଜୋନ୍ ର ସ୍ମୁତିରେଖା ବେହେରା, ୧୫ନଂ ଜୋନ୍ ର ଚକ୍ରଧର ବେହେରା, ୩୪ନଂ ଜୋନ୍ ର ମମତା ଖୁଂଟିଆ; କୋରେଇ ବ୍ଲକ ୩୫ନଂ ଜୋନ୍ ର ଶଶୀରେଖା ପୃଷ୍ଟି; ବରୀ ବ୍ଲକ ୩୧ନଂ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝୀ, ୩୬ନଂ ଜୋନ୍ ର ଭାରତୀ ବିଶ୍ୱାଳ; ସୁକିନ୍ଦା ବ୍ଲକ ୮ନଂ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ସାମନ୍ତି ରାଣୀ ରାଉତ, ୯ନଂ ଜୋନ୍ ର ଟିନା ହାଇବ୍ରୁ, ୩୮ନଂ ଜୋନ୍ ର ସାଧୁ ଚରଣ ଡ୍ୟୁ, ୩୯ନଂ ଜୋନ୍ ର ପ୍ରତାପ ପଟ୍ଟନାୟକ; ପୁରୁଣା ବଡଚଣା ବ୍ଲକ ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଯଚିନ୍ଦ୍ର ନାୟକ, ୧୯ନଂ ଜୋନ୍ ର ଅରବିନ୍ଦ ସାମଲ ଓ ୩୩ ନଂ. ଜୋନ୍ ର ଶିଶିର ମହାନ୍ତି। ଏହାଛଡ଼ା ଜେନପୁର ଗ୍ରାମ ପଂଚାୟତରୁ ୧୪, ଗଡ଼ମାଧପୁର ୧୮, ସମ୍ପାରୁ ୪୪, ମୂୂଳାପାଳରୁ ୩୦, ତରଞ୍ଜିଆ ପଂଚାୟତରୁ ୨୨ଜଣ ବିଜେପିରେ ଯୋଗଦେଇଥିଲେ ।

ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବହୁ କର୍ମକର୍ତା ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି ।

ଏହି ଅବସରରେ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟରେ ଡବଲ ଇଂଜିନ ସରକାରର ବିକାଶ ମଡେଲକୁ ଆଧାର କରି ସମସ୍ତେ ଏବେ ବିଜେପି ମୁହାଁ ହେବାରେ ଲାଗିଛନ୍ତି । ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନିତ କରି ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି କାର୍ଯ୍ୟ କରିବ । ଶିକ୍ଷା, ସ୍ୱାସ୍ଥ୍ର‌୍ୟ, ଗମନଗମନଠାରୁ ଆରମ୍ଭ କରି ରାଜ୍ୟର ସାମଗ୍ରିକ ବିକାଶ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଆଜିର ଏହି ମିଶ୍ରଣ ପରେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଦଳର ସଂଗଠନ ଆହୁରୀ ଶକ୍ତିଶାଳୀ ହୋଇଯାଇଛି । ଲୋକମାନଙ୍କ ସମସ୍ୟାର ସମାଧାନ କରିବା ଦାୟିତ୍ୱ । ସମସ୍ତେ ଏକ ମନ,ଏକ ପ୍ରାଣ ହୋଇ ରାଜ୍ୟ ଓ ଦଳକୁ ଯଶସ୍ୱୀ କରିବା।

ଏହି ଅବସରରେ ଯାଜପୁର ସାଂସଦ ରବିନାରାୟଣ ବେହେରା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଅମର କୁମାର ନାୟକ, ହିମାଂଶୁ ଶେଖର ସାହୁ, ଆକାଶ ଦାସ ନାୟକ, ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ, ରାଜ୍ୟ ସମ୍ପାଦକ ସରୋଜ କୁମାର କର, ଯାଜପୁର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଦେବଯାନୀ ପ୍ରଧାନ, ଯାଜପୁର ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ଜିଲ୍ଲା ଉପସଭାପତି କିଶୋର ନାୟକ, ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande