
ଭୁବନେଶ୍ୱର , 16 ଜାନୁଆରି (ହି.ସ.)- ପରିମଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ର ଗୁରୁତ୍ୱ । ଏହି କ୍ରମରେ ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ନେତୃତ୍ୱରେ ଏଜେନ୍ସିର ସ୍ୱଚ୍ଛ କର୍ମୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ରାଜଧାନୀ କଲେଜ ସମ୍ମୁଖ ଏବଂ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଅଂଚଳରେ ଗଣସଫେଇ କରିଛନ୍ତି । ତାଙ୍କ ସହ ସ୍ଥାନୀୟ କର୍ପୋରେଟର ତଥା ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ସ୍ଥାନୀୟ ସମାଜସେବୀ ତଥା ପୂର୍ବତନ କର୍ପୋରେଟର ଶ୍ରୀ ଅଶ୍ୱନୀ ସୁନ୍ଦରାୟଙ୍କ ସହ ବହୁ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଏହି ପରି ଗଣସଫେଇ କାର୍ଯ୍ୟକ୍ରମ ଜାରି ରହିବ ।
ପରିବେଶ ସ୍ୱଚ୍ଛ ରହିଲେ, ଆମେ ସୁସ୍ଥ ରହିବା । ଏଥିପାଇଁ ସମସ୍ତେ ଆଗେଇ ଆସିବା ଦରକାର । ପ୍ରତ୍ୟେକ ଲୋକ ସଚେତନ ହେଲେ ଭୁବନେଶ୍ୱର ସ୍ୱଚ୍ଛ, ସବୁଜ ସୁନ୍ଦର ହେବା ସହ ଦେଶର ଏକ ନମ୍ବର ସହର ଭାବେ ନିଜକୁ ପ୍ରତିପାଦିତ କରିପାରିବ ବୋଲି କହିଛନ୍ତି ମେୟର ଶ୍ରୀମତୀ ଦାସ । ନିଜ ପରିବେଶ ନିଜେ ସଫା ରଖିବାକୁ ଭୁବନେଶ୍ୱରବାସିଙ୍କୁ ସେ ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା