ବ୍ଲକସ୍ତରୀୟ ବନ୍ଦେ ମାତରଂ ସମୂହଗାନ କାର୍ଯ୍ୟକ୍ରମ
ନୂଆପଡା,୧୬ ଜାନୁଆରୀ (ହି.ସ.)- ସ୍ଥାନୀୟ ନୂଆପଡା ସରକାରୀ ବାଳିକା ହାଇସ୍କୁଲରେ ନୂଆପଡା ବ୍ଲକ ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ରୋହିତ ଭୋଇ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ମୁଖ୍ୟ ଅତିଥି, ବ୍ଲକ ଉପାଧ୍ୟାକ୍ଷ ଦିଲିପ
Block level bande mataram


ନୂଆପଡା,୧୬ ଜାନୁଆରୀ (ହି.ସ.)- ସ୍ଥାନୀୟ ନୂଆପଡା ସରକାରୀ ବାଳିକା ହାଇସ୍କୁଲରେ ନୂଆପଡା ବ୍ଲକ ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡ଼ିଓ ରୋହିତ ଭୋଇ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ମୁଖ୍ୟ ଅତିଥି, ବ୍ଲକ ଉପାଧ୍ୟାକ୍ଷ ଦିଲିପ ନିର୍ମଳକର,ବିଇଓ ଗୀତାରାଣୀ ଯୋଷୀ, ଜିପିଡିଓ ଅବିନାଶ ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଚୈତରାମ ନାଏକ, ଶରତ କୁମାର ପଣ୍ଡା, ମଧୁସୂଦନ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ, କଲେଜ ଗୁଡ଼ିକରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବନ୍ଦେ ମାତରଂର ମହତ୍ୱ ଏବଂ ଗୁରୁତ୍ୱ ଉପରେ ୍ୱକ୍ତାମାନେ ଆଲୋକପାତ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅତିଥି, ଅଧିକାରୀ ବନ୍ଦେ ମାତରଂ ସମୂହଗାନ କରିଥିଲେ। ଏହି ସଙ୍ଗୀତକୁ ବରିଷ୍ଠ ଶିକ୍ଷକ ରାମେଶ୍ୱର ଦାଶ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ସଂକର୍ଷଣ ପୁରୋହିତ ମଂଚ ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ନାଥ, ପ୍ରଶାନ୍ତ ରାଉତ, ଅମୀୟ ଜ୍ୟୋତି ପାଢ଼ୀ, ଅମିଲାଲ ଶବର, ରାଜେଶ କୁମାର ମହଲା ପ୍ରମୁଖ ସହଯୋଗୀତା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande