
ନୂଆପଡ଼ା,୧୬ ଜାନୁଆରୀ (ହି.ସ.)- ନୂଆପଡା ସ୍ଥିତ ନେସନାଲ କଲେଜ ଠାରେ କଲେଜର ଯୁବ ରେଡକ୍ରସ, ରେଡରିବନ୍ କ୍ଲବ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ଯୁବ ସ୍ବେଛାସେବୀଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ଏକ ମହାନ୍ ଦାନ ଏବଂ ରକ୍ତଦାନ କରିବା ଉପରେ ଆଗେଇ ଆସିବାକୁ ଆହ୍ବାନ କରିଥିଲେ।
ଏହି ଅବସରରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସାମାଜିକ କର୍ମୀ ଭୈରବ ସାହୁ, ସିଆରପିଏଫ ଅଧିକାରୀ ଓ କ୍ରୀଡା ଅଧ୍ୟାପକ ପ୍ରକାଶ ସାହୁ ଯୋଗଦାନ କରି ରକ୍ତଦାତା ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ। କଲେଜର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ୧୦୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ