ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ
ବଲାଙ୍ଗୀର, ୧୬ ଜାନୁଆରୀ(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ତଥା ମହାନ ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ୩୮ତମ ଶ୍ରାଦ୍ଧ ଦିବସ ଟିକ୍ରାପଡ଼ା ଜଗନ୍ନାଥ ମନ୍ଦିରରେ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋ
ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ


ବଲାଙ୍ଗୀର, ୧୬ ଜାନୁଆରୀ(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ତଥା ମହାନ ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ୩୮ତମ ଶ୍ରାଦ୍ଧ ଦିବସ ଟିକ୍ରାପଡ଼ା ଜଗନ୍ନାଥ ମନ୍ଦିରରେ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଶିକ୍ଷାବିତ କପିଳ ପତି, ଡ. ପ୍ରେମଚାନ୍ଦ ମହାନ୍ତି, ଅଭିଭାବକ ମଂଚର ସଭାପତି ଧର୍ମବ୍ରତ ରଥ, ଶିଶୁ ବିକାଶ କେନ୍ଦ୍ର ର ପ୍ରତିଷ୍ଠାତା ସଭାପତି ମଦନ ମୋହନ ରଥ, ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର, ସଂପାଦକ ମଧୁ ସାହୁ ନିଜ ନିଜ ବକ୍ତବ୍ୟ ରେ ପ୍ରବୀଣ ମିଶ୍ରଙ୍କ ଶିଶୁମାନଙ୍କୁ ଭଲ ପାଇବା ଓ ଶିଶୁ ସମାଜର ଉନ୍ନତି କଳ୍ପେ ଆଦର୍ଶ ଅନୁଷ୍ଠାନଟିଏ ଗଠନ କରିବା ଉପରେ ଆଲୋଚନା କରି ଦିର୍ଘ ୪୦ ବର୍ଷ ଧରି ସମାଜରେ ବିବିଧ କାର୍ଯ୍ୟକ୍ରମ କରି ଆୟୁଷ୍ମାନ ହୋଇଥିବା କଥା ଉଲ୍ଲେଖ କରିଥିଲେ। ଏହି ସମାରୋହରେ ହୃଷିକେଶ ପୁରୋହିତ, ଧିରେନ୍ଦ୍ର ନାରାୟଣ ସିଂହଦେଓ ଓ ଦୁର୍ଗା ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ବରିଷ୍ଠ ସଭ୍ୟ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande