ଧାନବେଣୀ ମକର ମହୋତ୍ସବ ଓ ଟୁସୁ ସମ୍ମିଳନୀ ଉଦଘାଟିତ
କେନ୍ଦୁଝର, ୧୬ ଜାନୁଆରି (ହି.ସ.)- ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଓ ଟୁସୁ ପର୍ବ। ବଡ ଧୂମଧାମ ରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣ ରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଂଚାୟତ ଧାନବେଣୀ ମକର ଯାତ୍ରା ଅନ୍‌ଯତମ। ଏଠାରେ ବାବା ଧନେଶ୍ୱର ମହ
ଧାନବେଣୀ ମକର ମହୋତ୍ସବ ଓ ଟୁସୁ ସମ୍ମିଳନୀ ଉଦଘାଟିତ


କେନ୍ଦୁଝର, ୧୬ ଜାନୁଆରି (ହି.ସ.)- ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଓ ଟୁସୁ ପର୍ବ। ବଡ ଧୂମଧାମ ରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣ ରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଂଚାୟତ ଧାନବେଣୀ ମକର ଯାତ୍ରା ଅନ୍‌ଯତମ। ଏଠାରେ ବାବା ଧନେଶ୍ୱର ମହାଦେବ ସ୍ଥଳଭାଗ ଠାରୁ ୯୭୦ ଫୁଟ ଉଚ୍ଚରେ ପୂଜାପାଇ ଆସୁଛନ୍ତି। ୫୦ ଏକର ରୁ ଊର୍ଦ୍ଧ୍ୱ ଏକ ବିରାଟ ପଥର ଉପରେ ଅଛି ବାବା ଧନେଶ୍ୱର ମହାଦେବ ମନ୍ଦିର। କ୍ତ ମାନେ ଧନେଶ୍ୱର ଙ୍କ ଆଶୀର୍ବାଦ ପାଇଁ ଖାଲି ପାଦେ ପଥର ଚଢି କୃପାଲାଭ କରିଥାନ୍ତି। ଏହି ଅବସରରରେ ଗତକାଲି ଆଂଚଳିକ ବିକାଶ ମଂଚ ଜୁଙ୍ଗା ଗ୍ରାମ ପଂଚାୟତ ଦ୍ୱାରା ଧାନବେଣୀ ମକର ମହୋତ୍ସବ ଓ ଟୁସୁ ସମ୍ମିଳନୀର ଆୟୋଜନ ପ୍ରତିବର୍ଷ କରାଯାଉଅଛି। ଚଳିତ ବର୍ଷ ମହୋତ୍ସବ ର ଉଦଘାଟନୀ ଉତ୍ସବ ରେ ଆଂଚଳିକ ବିକାଶ ମଂଚ ର ଉପଦେଷ୍ଠା ଶ୍ରୀଯୁକ୍ତ ରତ୍ନାକର ମହାନ୍ତ ସଭାପତିତ୍ୱ ରେ ମୁଖ୍‌ଯ ଅତିଥି ଶ୍ରୀମତୀ ଇଂ ରଶ୍ମୀରେଖା ଚାତାର ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ କେନ୍ଦୁଝର ଯୋଗ ଦେଇ ଉତର ଓଡିଶାର କୃଷିଭିତିକ ପର୍ବ ମକର ଓ ଟୁସୁ ପର୍ବ ର ଇତିହାସ ପରମ୍ପରା, ବୀରତ୍ୱ ର କାହାଣୀ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍‌ଯ ବକ୍ତା ରାଇରଙ୍ଗପୁର ବିଜେପିର ପ୍ରଭାରୀ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଂଶୁମାନ ସବୁଜ ମହାନ୍ତ ବର୍ମା ଯୋଗ ଦେଇ ଟୁସୁମନୀ ର ବୀରତ୍ୱ ଓ ନିଜ ଜାତି ଧର୍ମ ପାଇଁ ନିଜର ସଂଘର୍ଷ ଓ ବଳିଦାନ ଦେଇ ଥିଲେ ସେବିଷୟରେ ବକ୍ତବ୍‌୍ୟ ଦେଇ ଥିଲେ। ସ୍ୱତନ୍ତ୍ର ଅତିଥି ଶ୍ରୀଯୁକ୍ତ ଲଛମନ ମହାନ୍ତ ସମାଜସେବୀ ବଡବିଲ ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଅଶୋକ କୁମାର ବେହେରା, କୁଡୁମୀ ସେନା ସଂଗଠକ ଶ୍ରୀଯୁକ୍ତ ବିଶ୍ୱଜିତ ମହାନ୍ତ, ଇଂ ଦୀପକ ଜେନା ସଭାପତି ବଜରଙ୍ଗ ଟିପର ଆସୋସିଏସନ, ଯୁବ ନେତା ରାଜେଶ ସିଂ ଓ ଜଙ୍ଘିରା ମଣ୍ଡଳ ସଭାପତି ହୀରାଲାଲ ମହାନ୍ତ ମଂଚାସିନ ଥିଲେ। ସଭାକାର୍ଯ୍ୟ ପରେ ବଜରଙ୍ଗୀ ଝୁମର, ନୃତ୍‌ଯଶାଳା ସାଂସ୍କୃତି କେନ୍ଦ୍ର କଟକ ତଥା ଟୁସୁ ପ୍ରତିଯୋଗୀ ଦଳ ମାନଙ୍କ ଦ୍ୱାରା ମନୋରଞ୍ଜନ କରି ଦର୍ଶକକୁ ମତୁଆଲା କରିଥିଲେ। ଟୁସୁ ସମ୍ମିଳନୀରେ କାବେରିପଶି ଟୁସଦଳ ପ୍ରଥମ ପୁରସ୍କାର, ସାନନୂଆଗାଁ ଦ୍ୱିତୀୟ ଓ ବଲାଣୀପଶି ତୃତୀୟ ସ୍ଥାନ ଅଧିକାର କରି ଅତିଥି ଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ସଂପାଦକ ମନୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ର ଲକ୍ଷ୍ମୀଧର ମହାନ୍ତ, ଗଣେଶ୍ୱର ମହାନ୍ତ ଲକ୍ଷ୍ମୀକାନ୍ତ ମହାନ୍ତ, ସରୋଜ ମହାନ୍ତ, ତ୍ରିଲୋଚନ ମହାନ୍ତ, ହାଡିବନ୍ଧୁ ମହାନ୍ତ ଓ ସତ୍‌ଯଜିତ ମହାନ୍ତ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

-----------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande