ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଅନୁଷ୍ଠିତ
ଖୋର୍ଦ୍ଧା, ୧୬ ଜାନୁଆରୀ (ହି.ସ.)- ଜିଲ୍ଲା ସ୍ତରୀୟ ବିଶାଳ ଏକତା ପଦଯାତ୍ରା ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଦେଶପ୍ରେମ ସଙ୍ଗୀତ ବାଦନରେ ପହଞ୍ଚିଥିଲା l ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳି
ଏକତା


ଖୋର୍ଦ୍ଧା, ୧୬ ଜାନୁଆରୀ (ହି.ସ.)- ଜିଲ୍ଲା ସ୍ତରୀୟ ବିଶାଳ ଏକତା ପଦଯାତ୍ରା ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଦେଶପ୍ରେମ ସଙ୍ଗୀତ ବାଦନରେ ପହଞ୍ଚିଥିଲା l ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଏକତା ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ, କ୍ଷୀରାଦ୍ୱୀ ତନୟା ସାହୁ, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଜେବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି, ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡ଼ାବିତ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପଦଯାତ୍ରାରେ ଯୋଗଦେଇ ଆନନ୍ଦ ଉଲ୍ଲାସ ସହକାରେ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲେ l ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଯୁବକ ଯୁବତୀ ମାନଙ୍କୁ ଏକତା ମନ୍ତ୍ରରେ ଅଭି ମନ୍ତ୍ରିତ କରି ସର୍ଦ୍ଦାରଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ଉପଲକ୍ଷେ ଯୁବ ଉତ୍ସବ ଆୟୋଜିତ କରାଯାଇଥିଲା l ଉକ୍ତ ସମାରୋହକୁ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି ନିଜ ଅଭିଭାଷଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜଣେ ମହାନ ରାଷ୍ଟ୍ର ନାୟକ ଥିଲେ, ଭାରତର ବିଖଣ୍ଡିତ ଭୁଖଣ୍ଡକୁ ଏକତ୍ରିତ କରି ଅଖଣ୍ଡ ଭାରତ ନିର୍ମାଣରେ ତାଙ୍କର ଯେଉଁ ନିଃସ୍ଵାର୍ଥପର ତ୍ୟାଗ ରହିଛି ତାହା ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି ପ୍ରକାଶ କରିଥିଲେ l

ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ପୋରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ମନୋବିଜ୍ଞାନୀ ଶ୍ୱେତା ଅଗ୍ରୱାଲା ଯୋଗଦେଇଥିବା ବେଳେ ଡେପୁଟି କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର ଏକତା ପଦଯାତ୍ରାର ଉଦ୍ଦେଶ୍ୟ ଆଭିମୁଖ୍ୟ ଉତ୍ଥାପନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ପରେ ଅମ୍ରିତମ ବିଦ୍ୟାଳୟମ୍ ର ବ୍ୟାଣ୍ଡ ବାଜା ପରିବେଷଣ, ଖେଳ ଇଣ୍ଡିଆ, ତାପଙ୍ଗ, କେନ୍ଦ୍ର ଦ୍ବାରା ଯୋଗଭ୍ୟାଷ, କରାଟେ ପ୍ରଦର୍ଶନୀ, କ୍ରିଷ୍ଣା ଅଧିକାରୀଙ୍କ ଦ୍ବାରା ନମଚକ୍ ପ୍ରଦର୍ଶନୀ, ସୁସ୍ମିନ ପାଲଟା ସିଂ ଙ୍କ ଦ୍ଵାରା କାଟା ପ୍ରଦର୍ଶନୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଏବଂ ଯୁଡୋ ଖେଳାଳି ରୋହିତ ଦାସଙ୍କ ଦ୍ଵାର ଜୁଡୋ ପ୍ରଦର୍ଶନୀ, ଶ୍ଵେତା ଅଗ୍ରୱାଲାଙ୍କ ଦ୍ଵାରା ଆଇସ୍ ବ୍ରେକିଂ, ରାଜେଶ ସାହୁଙ୍କ ନୃତ୍ୟ ପରିବେଷଣ, ପର୍ବତ ଚଢ଼ାଳି ତାରାକାନ୍ତ ପରିଡ଼ାଙ୍କ ଦ୍ଵାରା ଦଉଡିରେ ପର୍ବତ ଆହୋରଣ ଏବଂ ଅଜୟ ପଣ୍ଡାଙ୍କ ଦ୍ଵାରା ସୁସ୍ଥ ଶରୀର ଗଠନ ପ୍ରଦର୍ଶନୀ ଉଚକୋଟିର ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande