ପାଟଣାଗଡ଼ କୁକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୬ ଉଦ୍‌ଘାଟିତ
ବଲାଙ୍ଗୀର, ୧୬ ଜାନୁଆରୀ(ହି.ସ.) – ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ପାଟଣାଗଡ଼ କୁକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୬ ଉଦ୍‌ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକ
ପାଟଣାଗଡ଼ କୁକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୬ ଉଦ୍‌‌ଘାଟିତ


ପାଟଣାଗଡ଼ କୁକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୬ ଉଦ୍‌‌ଘାଟିତ


ପାଟଣାଗଡ଼ କୁକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୬ ଉଦ୍‌‌ଘାଟିତ


ପାଟଣାଗଡ଼ କୁକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୬ ଉଦ୍‌‌ଘାଟିତ


ବଲାଙ୍ଗୀର, ୧୬ ଜାନୁଆରୀ(ହି.ସ.) – ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ପାଟଣାଗଡ଼ କୁକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୬ ଉଦ୍‌ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। ବଲାଙ୍ଗୀର ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ଏହି ମେଳାର ସୁଯୋଗ ନେବା ସହ ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି କିଣିପାରିବେ ବୋଲି କହିଥିଲେ। ଚାଷୀଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେଇ ଉପମୁଖ୍ୟମନ୍ତ୍ରୀ କହିଥିଲେ, ରସାୟନିକ ସାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଶସ୍ୟ ଆମ ଶରୀରରେ କୁପ୍ରଭାବ ପକାଉଛି। ଏମିତି କି କ୍ୟାନ୍ସର ଭଳି ମାରାତ୍ମକ ରୋଗ ମଧ୍ୟ ବୃଦ୍ଧି କରୁଛି। ତେଣୁ ଏହାକୁ ରୋକିବା ପାଇଁ ଜୈବିକ ସାର ବ୍ୟବହାର କରିବା ନିହାତି ଆବଶ୍ୟକ। ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ମାଟିର ଉର୍ବରତା ବଢିବ ଏବଂ ଆମେ ରୋଗରୁ ମଧ୍ୟ ବର୍ତି ପାରିବା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଅଧିକ୍ଷଣ ଯନ୍ତ୍ରୀ, କୃଷି ବିଭାଗ, ସମ୍ବଲପୁର, ନରେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର କୁମାର ସିଂ ବରିହା ଯୋଗଦେଇଥିଲେ। ଏହି ମେଳା କୃଷକଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିବାବେଳେ କୃଷି ଯନ୍ତ୍ରପାତି କ୍ରୟ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିହାତିର ଲାଭ ଉଠାଇ ପାରିବେ, କୃଷକ ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ସ୍ୱଳ୍ପ ମୂଲ୍ୟ ଓ ସ୍ୱଳ୍ପ ସମୟରେ ଅଧିକ ଲାଭ ହାସଲ କରିପାରିବେ ଓ ଚାଷ ଜମିରେ ରସାୟନିକ ସାର ପରିବର୍ତେ ଜୈବିକ ସାର ପ୍ରୟୋଗ କରନ୍ତୁ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ। ସର୍ବପୁରାତନ ଚାଷ କାମରେ ଚାଷୀମାନଙ୍କ ଦ୍ୱାରା ବ୍ୟବହୃତ ଯନ୍ତ୍ରଗୁଡ଼ିକ ସଂଗ୍ରହ କରି ଜିଲ୍ଲା ମୁଖ୍ୟାଳୟରେ ଏକ ସଂଗ୍ରହାଳୟ ଖୋଲିବା ନେଇ ଜିଲ୍ଲାପାଳଙ୍କୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ଏହି ମେଳାରେ କୃଷି ବିଭାଗ ପକ୍ଷରୁ ୧୦ଟି ଏବଂ କୃଷି ଯନ୍ତ୍ରପାତି ବିଭାଗ ପକ୍ଷରୁ ୨୫ଟି ଷ୍ଟଲ ଖୋଲାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ଯାଏଁ ଚାଲିବ। ଆଜିର ଏହି କାର୍ଯ୍ୟକ୍ରମରେ ସଫଳ ଚାଷୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଚାଷୀ କାଳିଆ ସାହୁ ଏବଂ ମୁନି ହେର୍ନା ରିହାତି ମୂଲ୍ୟରେ ଗୋଟିଏ ଲେଖାଏଁ ଟ୍ରାକ୍ଟର କ୍ରୟ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଲସ ମୁର୍ମୁଙ୍କ ସହ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande