


ବଲାଙ୍ଗୀର, ୧୬ ଜାନୁଆରୀ(ହି.ସ.) – ଆଜି ଭୋର ସକାଳୁ ବଲାଂଗିର ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ବଲାଂଗିର ଟାଉନ ଥାନା ସମ୍ମୁଖ କିଛି ଆଗକୁ ଗୋଟିଏ ପାଖି ରାସ୍ତାରେ ଏକ ବାର ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଓଡି୦୩ଏସି ୮୮୭୭ ଟ୍ରକରେ ଧାନ ବୋଝେଇ ହୋଇଥିବା ବେଳେ ବାମ କଡ଼କୁ ଟ୍ରକଟି ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ଆଡ଼କୁୁ ଧସେଇ ପଶି ପେଟ୍ରୋଲ ପମ୍ପ ଆଡ଼କୁ ମାଡି ଯାଇ ବାଡ଼ ଭାଙ୍ଗିବା ସହିତ ଡ୍ରେନ ଭିତରେ ଚକ ପଶିବା ସହିତ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଂଟ ଉପରେ ରହିଯାଇଥିଲା। ବଲାଙ୍ଗୀର ସହର ମଧ୍ୟ ଦେଈ ଭାରି ଯାନ ଗୁଡ଼ିକ ଯାଉଥିବାବେଳେ ସଂକୀର୍ଣ୍ଣ ରାସ୍ତାକୁ ଡିଭାଇଡର ଦେଇ କରି ସଂକୀର୍ଣ୍ଣ କଲା ପରେ ଏହି ରାସ୍ତା ଦୁର୍ଘଟଣା ପ୍ରବଣ କରି ଦେଇଛି। ତେବେ ଏହି ଟ୍ରକଟି ସ୍ଥାନୀୟ ଏକ ରାଇସ ମିଲରୁ ଧାନ ନେଇ ତୁଷୁରା କୂ ଯାଉଥିବା ଜଣାପଡିଛି। ପୋଲିସ ଘଟଣା ଉପରେ ଅଧିକ ତଦନ୍ତ କରୁଥିବା କହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ