
ଜୟପୁର, ୧୬ ଜାନୁଆରୀ (ହି.ସ.)- ଜୟପୁର ଅବକାରି ନିରିକ୍ଷକ ଓ ଅବକାରି ଥାନା ତରଫରୁ ଫାମ୍ପୁଣି ଓ ଉମୁରିରେ ମିଳିତ ଚଢଉ କରାଯାଇଛି । ଦେଶି ମଦ ଚାଲାଣ ବେଳେ ଫାମ୍ପୁଣିରେ ଚଢଉ କରି ୩ ଅଭିଯୁକ୍ତକୁ ଗିରଫ କରି ୨୯ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଫାମ୍ପୁଣିର ଧନପତି ଗୌଡ, ଗୋପାଳ ଗୌଡ ସହ ଜଣେ ମହିଳା । ଗିରଫ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟଚାଲାଣ କରାଯାଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଉମୁରି ଜଙ୍ଗଲରେ ଚଢାଉ ଜୟପୁର ଅବକାରି ଥାନା ଓ ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢଉ କରାଯାଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୨୪ ଶହ ଲିଟର ପୋଚ ଓ ୨୨୦ ଲିଟର ଦେଶି ମଦ ଜବତ କରିଛି । ଚଢାଉରେ ଅବକାରି ନିରିକ୍ଷକ ଅଜୟ ନାୟକ ଓ ଓଆଇସି ସୁବ୍ରତ କେଶରି ହିରନ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି