
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଘେଂଟଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ରେଡ଼କ୍ରସ ଓ ଜାତୀୟ ସେବାସଂସ୍ଥାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଥିଲା। କାଉନସିଲର ରାଜକିଶୋର ଦାଶଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପ୍ରାଧ୍ୟାପକ ନିରଞ୍ଜନ ନାଥଙ୍କ ସଭାପତିତ୍ୱ ଓ ଅଧ୍ୟାପିକା ସଂଯୁକ୍ତା ଭାରତୀଙ୍କ ସଂଯୋଜନାରେ ଏଜ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟତିଥିଭାବେ ଅପର୍ତି ଚରଣ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୁଧିଷ୍ଠିର ମହାଳିକ,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର,ସମ୍ନାନିତ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ, ଅକ୍ଷୟ କୁମାର ଗିରି ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ ସ୍ୱାଗତ ଭାଷଣ ଦେଇଥିଲା ବେଳେ କ୍ରୀଡା ସମ୍ପାଦକ ତିମିର ବରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଭାଗିରଥି ମହାରଣା, ଅଧ୍ୟାପିକା ସ୍ୱର୍ଣ୍ଣଶୋଭା ମହାପାତ୍ର, ଦୀପକ କୁମାର ସାହୁ, ପ୍ରଦୀପ କୁମାର କର, ଦେବକାନ୍ତ ନାୟକ, ମନୋରଞ୍ଜନ ମିଶ୍ର, ସନାତନ ପଣ୍ଡା, ଶିବ ସୁନ୍ଦର ପଣ୍ଡା, ପ୍ରଭୁତି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଦ୍ୱିତୀୟ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା।ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ