ବିପର୍ଯ୍ୟୟ ପରିଚାଳନାରେ ଲିଙ୍ଗଗତ ସମାନତା ଓ ସାମାଜିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା
ଝାରସୁଗୁଡ଼ା, ୧୬ ଜାନୁଆରୀ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମ ହଲ୍‌ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ଶୀର୍ଷକ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କା
ବିପର୍ଯ୍ୟୟ ପରିଚାଳନାରେ ଲିଙ୍ଗଗତ ସମାନତା ଓ ସାମାଜିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା


ଝାରସୁଗୁଡ଼ା, ୧୬ ଜାନୁଆରୀ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମ ହଲ୍‌ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ଶୀର୍ଷକ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ବିଭାଗର ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ସବର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମାରୀ ଆଲୋକମୟୀ ପ୍ରଧାନ, ଆରଣ୍ୟକ ମିଶ୍ର ଏବଂ ଓସଡମା ପ୍ରତିନିଧି ସୁବୋଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁଶାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଲିଙ୍ଗଗତ ବିଶ୍ଳେଷଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ବିପର୍ଯ୍ୟୟ ସମୟରେ ଅଧିକ ପ୍ରଭାବିତ ହେଉଥିବା ଗୋଷ୍ଠୀ ଯଥା- ଗର୍ଭବତୀ ମହିଳା, ସଦ୍ୟ ପ୍ରସୂତି, ରକ୍ତହୀନତାରେ ପୀଡ଼ିତ ମାତୃଶକ୍ତି ଏବଂ କିଶୋରୀମାନଙ୍କର ସ୍ୱାସ୍ଥ୍ୟଗତ ସୂଚକାଙ୍କ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ସହିତ ସମାଜରେ ପ୍ରଚଳିତ ଶିଶୁ ବିବାହ, ଶିଶୁ ଚୋରା ଚାଲାଣ ଏବଂ ଲିଙ୍ଗଗତ ହିଂସା ଭଳି ସାମାଜିକ ସମସ୍ୟାଗୁଡ଼ିକୁ ବିପର୍ଯ୍ୟୟ ପରିଚାଳନା ରଣନୀତିରେ ସାମିଲ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ବୈଠକରେ ଶିକ୍ଷା କ୍ଷେତ୍ରରେ କିଶୋରୀମାନଙ୍କର ବିଦ୍ୟାଳୟ ତ୍ୟାଗ ହାର ଏବଂ ସାମାଜିକ ସୁରକ୍ଷା ଅଧୀନରେ ଥିବା ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଓ ତୃତୀୟ ଲିଙ୍ଗୀ ବ୍ୟକ୍ତିମାନଙ୍କର ତଥ୍ୟକୁ ସଠିକ ଭାବେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିପର୍ଯ୍ୟୟ ସମୟରେ ସ୍ଥାନାନ୍ତରଣ, ରିଲିଫ୍ ସାମଗ୍ରୀ ବଣ୍ଟନ ଏବଂ କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ଯେପରି ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ଅବହେଳିତ ବର୍ଗ କୌଣସି ପାତରଅନ୍ତରର ଶିକାର ନ ହୁଅନ୍ତି, ସେଥିପାଇଁ ଏକ ସମାନତା ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରି ସମସ୍ତଙ୍କ ଆବଶ୍ୟକତା ପୂରଣ କରିବାକୁ ଏହି କର୍ମଶାଳାରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନାରେ ସାମାଜିକ ସମାନତାକୁ ଅଗ୍ରାଧିକାର ଦେବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande