ଓଚିନ୍ଦାର ଗଣପର୍ବ ହରିହାଟ ମହୋତ୍ସବ
କୋରାଇ, ୧୬ ଜାନୁଆରୀ (ହି.ସ.)- କୋରାଇ ବ୍ଲକ ଅର୍ନ୍ତଗତ ପଥରପଦା ପଂଚାୟତ ଓଚିନ୍ଦା ଗ୍ରାମର ଗଣପର୍ବ ହରିହାଟ ମେଳା ଓ ମହୋତ୍ସବ ଆରମ୍ଭ ହୋଇଛି । ଚଳିତ ବର୍ଷ ଧୂମଧାମରେ ହରିହାଟ ପର୍ବ ପାଳନ କରାଯାଉଛି । ନାମଯଜ୍ଞ, ଗୀତା ଓ ଭାଗବତ ପାଠ ସହ ଯଜ୍ଞ ଆରମ୍ଭ ହୋଇଛି । ଯଜ୍ଞ ଯୋଗୁ ସମ୍ପୂର୍ଣ୍ଣ ଗ୍ରାମକୁ ଆମିଷ
ଓଚିନ୍ଦାର ଗଣପର୍ବ ହରିହାଟ ମହୋତ୍ସବ


କୋରାଇ, ୧୬ ଜାନୁଆରୀ (ହି.ସ.)- କୋରାଇ ବ୍ଲକ ଅର୍ନ୍ତଗତ ପଥରପଦା ପଂଚାୟତ ଓଚିନ୍ଦା ଗ୍ରାମର ଗଣପର୍ବ ହରିହାଟ ମେଳା ଓ ମହୋତ୍ସବ ଆରମ୍ଭ ହୋଇଛି । ଚଳିତ ବର୍ଷ ଧୂମଧାମରେ ହରିହାଟ ପର୍ବ ପାଳନ କରାଯାଉଛି । ନାମଯଜ୍ଞ, ଗୀତା ଓ ଭାଗବତ ପାଠ ସହ ଯଜ୍ଞ ଆରମ୍ଭ ହୋଇଛି । ଯଜ୍ଞ ଯୋଗୁ ସମ୍ପୂର୍ଣ୍ଣ ଗ୍ରାମକୁ ଆମିଷ ନିଷେଧ କରାଯାଇଛି । ଭକ୍ତ ଓ ଦର୍ଶକଙ୍କ ଭିଡ଼ ଜମିବା ସହ ଶ୍ରଦ୍ଧାଳୁ ମାନେ ଯଜ୍ଞକୁଣ୍ଡରେ ନଡ଼ିଆ, ଘିଅ, ଅରୁଆ ଚାଉଳ, ଧୂପ, ଉଖୁଡା, ଫୁଲ ପକାଉଛନ୍ତି । ନିଜର ମାନସିକ ପୂରଣ ସହ ନୂତନ ମାନସିକ ଭକ୍ତମାନେ କରୁଥିବା ଦେଖାଯାଉଛି । ବନ୍ଧୁ ବାନ୍ଧବ ବା ରାଜ୍ୟ ବାହାରେ କାମ ଓ ଚାକିରି କରିଥିବା ସମସ୍ତେ ଗ୍ରାମକୁ ଗଣପର୍ବ ପାଇଁ ଫେରିଛନ୍ତି । ମୀନାବଜାର ସହ ବିଭିନ୍ନ ଦୋଳିର ମଜା ନେଉଛନ୍ତି କୁନି କୁନି ପିଲାମାନେ ।

ଏହି ଅବସରରେ ମହୋତ୍ସବ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଏହି ମେଳା ଏକ ସପ୍ତାହ ବ୍ୟାପି ଚାଲିବ । ଗ୍ରାମ୍ୟ ମୁରବୀ ରଘୁନାଥ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକ ପରମାନନ୍ଦ ଶତପଥି, ରାଧାକାନ୍ତ ଶତପଥି, ପ୍ରଫୁଲ୍ଲ ପାଢୀ, କୃଷ୍ଣ ଚନ୍ଦ୍ର ପାଢୀ ପ୍ରମୁଖ ଯଜ୍ଞ ଭାର ତୁଲାଉଛନ୍ତି । ଗୋପିନାଥ ନାଟ୍ୟ ପରିଷଦ ପକ୍ଷରୁ ୩ ଦିନ ମୁକ୍ତାକାଶ ନାଟକ ପରିବେଷଣ ସହ ୩ ଦିନ ଯାତ୍ରା ଅନୁଷ୍ଠିତ ହେବ । ସର୍ବୋପରି ଗୁରୁବାର ଠାରୁ ଗାଁ ଗଣପର୍ବ ଅବସରରେ ଉତ୍ସବ ମୁଖର ହୋଇଛି । ଗ୍ରାମର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ସହଯୋଗ ଓ ଯୋଗ ଦେବା ସହ ସନ୍ଧ୍ୟାରେ ମହିଳାଙ୍କ ଭିଡ଼ ପରିଲିକ୍ଷିତ ହେଉଛି । ରଙ୍ଗୀନମାଳାରେ ସୁସଜ୍ଜିତ କରାଯାଇଛି ସମଗ୍ର ଅଂଚଳ । କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ଚଳିତ ବର୍ଷ ଗ୍ରାମରେ ନୂତନ ଗୋପିନାଥ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରଖାଯାଇଛି । ୨୦ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande