ଫୁଲବାଣୀ ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନୋଟିସ୍ ଘଟଣା ଘର ଭଙ୍ଗା ଯିବ ନାହିଁ- କନ୍ଧମାଳ ସାଂସଦ
Press Meet News
ଫୁଲବାଣୀ ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନୋଟିସ୍ ଘଟଣା ଘର ଭଙ୍ଗା ଯିବ ନାହିଁ- କନ୍ଧମାଳ ସାଂସଦ


କନ୍ଧମାଳ, ୧୬ ଜାନୁଆରୀ(ହି.ସ.) – କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସହରରେ ଗତ ତିନିଦିନ ହେଲା ୩୦୦ ରୁ ଉର୍ଦ୍ଧ ଲୋକ ଫୁଲବାଣୀ ତହସିଲ ଅଫିସରୁ ଘରଭଙ୍ଗା ନୋଟିସ ପାଇ ଭୟଭୀତ ହୋଇ ରହିଥିବାବେଳେ ବିଭିନ୍ନ ରାଜନୈତିକ ଓ ସଂଗଠନଗୁଡିକ ପକ୍ଷରୁ ତଥା ନୋଟିସ୍ ପାଇଥିବା ଲୋକଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ଆଜି, ଏହି ସଂକ୍ରାନ୍ତରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ , ଲୋକଙ୍କୁ ସାନ୍ତ୍ୱନାମୂଳକ ଅଭୟ ବାଣି ଗଣମାଧ୍ୟମେ ଜରିଆରେ ଦେଇଛନ୍ତି। ସରକାରୀ ଜମି ଜବରଦଖଲ ନୋଟିସ୍ ଘଟଣାରେ, ଲୋକେ କୌଣସି ପ୍ରକାରର ଭୟଭୀତ ହେବା ଦରକାର ନାହିଁ ବୋଲି ସ୍ପଷ୍ଟ କହିଛନ୍ତି। ସେ ରାଜସ୍ୱ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ସହ କଥାବାର୍ତା କରି ସ୍ପଷ୍ଟ କରିଛନ୍ତି ଯେ ୨୦୧୭/୧୮ ମସିହା ପୂର୍ବରୁ ଯେଉଁମାନେ ସରକାରୀ ଜମିରେ ଘରକରି ରହୁଛନ୍ତି ସେମାନଙ୍କ କଥା ସରକାରଙ୍କ ବିଚାରଧୀନ ଅଛି ଏବଂ ସେ କହିଛନ୍ତି ସର୍ବକ୍ଷମା ଯୋଜନା କିମ୍ବା ଭୁବନ୍ଦୋବସ୍ତ ଜରିଆରେ ସମାଧାନ କରିବାକୁ ଚେଷ୍ଟା କରିବ। ସେହିପରି ବିଧାୟକ ଉମା ଚରଣ ମଲ୍ଲିକ କହିଛନ୍ତି ଯେ ଅତିଶୀଘ୍ର କନ୍ଧମାଳରୁ ସାଂସଦଙ୍କୁ ନେଇ ଏକ ଟିମ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ସମସ୍ୟାର ସମାଧାନ ଉପରେ ଆଲୋଚନା କରିବୁ ଏବଂ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି ଆଜିଠାରୁ ଆଉ ଘରଭଙ୍ଗା ନୋଟିସ ପଠା ଯିବ ନାହିଁ ବୋଲି କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande