
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – ରାଜକନିକାର ଶିଶୁଆ ଓ ଚନ୍ଦନପୋଖରୀ ଛକରେ ଅବସ୍ଥିତ ମିଲେନିୟମ ପବ୍ଲିକ ସ୍କୁଲର ଆଜି ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଶିଶୁଆସ୍ଥିତ ମୁଖ୍ୟ ଶାଖାରେ ବିଜ୍ଞାନ ଦକ୍ଷତା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ମୋଟ ୪୮ଟି ଷ୍ଟଲରେ ୧୩୦ ଜଣ ପ୍ରତିଯୋଗୀ ଛାତ୍ର ଛାତ୍ରୀ ସେମାନଙ୍କର ବିଜ୍ଞାନ ଦକ୍ଷତା ପ୍ରଦର୍ଶନ କରିଥିଲେ। ଆଜି ପୂର୍ବାହ୍ନରେ ଏହି ସମାରୋହରେ ରାଜକନିକା ବ୍ଲକ ବିଇଓ ରତିକାନ୍ତ ସେନାପତି ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ସ୍ୱନକ୍ଷତ୍ର ଉତ୍ସବର ଆଜିର ଆୟୋଜନରେ ପିନ୍ସିପାଲ ପଙ୍କଜ କୁମାର ଦାସ, ଭାଇସ ପ୍ରିନ୍ସିପାଲ ସୁଷମା ଦାଶଙ୍କ ଉପସ୍ଥିତିରେ ସୁଶାନ୍ତ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତନୃତ୍ୟ ପରିବେଷଣ ପରେ ଅତିଥି ମାନେ ସମସ୍ତ ଷ୍ଟଲ ବୁଲି ଦେଖିବା ପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଆଜିର ସମସ୍ତ ଆୟୋଜନ ଓ ପରିଚାଳନାରେ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଅର୍ଚନା ବେହେରା, ତିଳୋତମା ମଲ୍ଲିକ, ଗାୟତ୍ରୀ ସ୍ୱାଇଁ, ପ୍ରିୟଙ୍କା ବେହୁରା, ପୁର୍ଣିମା ଜେନା ସସ୍ମିତା ନାୟକ, ସୌଭାଗ୍ୟଲକ୍ଷ୍ମୀ ପାଢୀ, କୁଲସୁମ ଅଲ୍ଲୀ, ପୂଜା ମିଶ୍ର, ମନୀଷା ପ୍ରିୟଦର୍ଶନୀ, ବନ୍ଦନା ସାହୁ, ତନୁଶ୍ରୀ ପୃଷ୍ଟି, ଅନ୍ୟୁନା ପାତ୍ର, ପ୍ରଜ୍ଞା ପାରମିତା ବେହେରା, ସାକ୍ଷୀ ସାହୁ, ଅଭିଲିପ୍ସା ସାହୁ, ନିକିତା ପରିଡା, ରୋଜିରେଖା ମଲିକ, ତପସ୍ୱିନୀ ମଲିକ, ମାନସୀ ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ସମାରୋହର ଶେଷରେ ଭାଇସ ପ୍ରିନ୍ସିପାଲ ସୁଷମା ଦାଶ ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି