ରୁଷିଆ କଲୋନୀ ଘରଭଙ୍ଗାକୁ ନେଇ ପରଜା ସମାଜର ବିରୋଧ
ଜୟପୁର, 16 ଜାନୁଆରି (ହି.ସ.)-ଜୟପୁର ସହରର ଉପକଣ୍ଠରେ ଥିବା ରୁଷିଆ କଲୋନୀରେ ୧୦ଟି ଘର ଭଙ୍ଗାଯାଇଥିବା କୁ ବିରୋଧ କରିଛି ପରଜା ସମାଜ। ପରଜା ସମାଜର ସଭାପତି ବାସୁ ନାୟକ କହିଛନ୍ତି ପ୍ରଶାସନ ନୋଟିସ ନକରି ଶୀତକାକରରେ ଘର ନଥିବା ଲୋକେ କିପରି ଚଳିବେ ଏବ˚ କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି।
ରୁଷିଆ କଲୋନୀ ଘରଭଙ୍ଗାକୁ ନେଇ ପରଜା ସମାଜର ବିରୋଧ


ଜୟପୁର, 16 ଜାନୁଆରି (ହି.ସ.)-ଜୟପୁର ସହରର ଉପକଣ୍ଠରେ ଥିବା ରୁଷିଆ କଲୋନୀରେ ୧୦ଟି ଘର ଭଙ୍ଗାଯାଇଥିବା କୁ ବିରୋଧ କରିଛି ପରଜା ସମାଜ। ପରଜା ସମାଜର ସଭାପତି ବାସୁ ନାୟକ କହିଛନ୍ତି ପ୍ରଶାସନ ନୋଟିସ ନକରି ଶୀତକାକରରେ ଘର ନଥିବା ଲୋକେ କିପରି ଚଳିବେ ଏବ˚ କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି। ପରଜା ସମାଜ କର୍ମକର୍ତ୍ତା ମାନେ ରୁଷିଆ କଲୋନୀକୁ ଯାଇ ସେଠାରେ ବାସହିନ ଲୋକଙ୍କ ସହ ମିଶି ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ଦୀର୍ଘବର୍ଷ ଧରି ଏଠାରେ ଗରିବ ପରିବାର ରହୁଥିଲେ। ସମସ୍ତେ ଦିନ ମଜୁରିଆ। ସରକାରୀ ଜାଗା ଭାବି ଘର ନିର୍ମାଣ କରିଥିଲେ। ପରବର୍ତ୍ତି ସମୟରେ ଏହା ଜଣକ ବ୍ୟକ୍ତିଗତ ଜାଗା ବୋଲି ଜଣାପଡିଥିଲା। ଯେହେତୁ ଦୀର୍ଘବର୍ଷରୁ ରହୁଥିଲେ ସେମାନଙ୍କୁ ଅନ୍ୟସ୍ଥାନରେ ଥଇଥାନ କରାଯିବା କଥା। ଏବେ ଥଣ୍ତା ଦିନରେ ପିଲାଛୁଆଙ୍କୁ ଧରି ସେମାନେ କୁଆଡେ ଯିବେ। ପୌରପାଳିକା ପକ୍ଷରୁ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯାଉ। ତହସିଲଦାରଙ୍କ ଉପସ୍ଥିତିରେ କୋର୍ଟ ନୋଟିସ ହିସାବରେ ଯଦି ଘର ଭଙ୍ଗାଯାଇଛି ତେବେ କୋର୍ଟ ନୋଟିସ ପରଜା ସମାଜକୁ ଦେଖାଯାଉ ବୋଲି ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande