
ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ଦିନ ପାଟଣାଗଡ଼ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଏହିଭଳି ମେଳା ଆମ ଅଞ୍ଚଳର କୃଷକମାନଙ୍କୁ ସ୍ୱାବଲମ୍ବୀ କରିବା ସହ କୃଷି କ୍ଷେତ୍ରରେ ନୂତନ ବିପ୍ଳବ ଆଣିବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ଏକ୍ସରେ ଶ୍ରୀ ସିଂହଦେଓ ଲେଖିଛନ୍ତି ଆଜି ପାଟଣାଗଡ଼ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ରେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲି।ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ଏହି ମେଳାଟି ଚାଷୀମାନଙ୍କ ନିମନ୍ତେ ଏକ ଦିଗଦର୍ଶକ ସଦୃଶ ହୋଇଛି।ଏହି ମେଳା ରେ ଟ୍ରାକ୍ଟର, ପାୱାର ଟିଲରଠାରୁ ଆରମ୍ଭ କରି ଧାନ କଟା ମେସିନ ଓ ସିଞ୍ଚନ ଯନ୍ତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା। ଏହିଭଳି ମେଳା ଆମ ଅଞ୍ଚଳର କୃଷକମାନଙ୍କୁ ସ୍ୱାବଲମ୍ବୀ କରିବା ସହ କୃଷି କ୍ଷେତ୍ରରେ ନୂତନ ବିପ୍ଳବ ଆଣିବାରେ ସହାୟକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା