ପିକ୍‌ନିକ୍ ସ୍ପଟରେ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ୧୬ ଜାନୁଆରୀ(ହି.ସ.) – କେନ୍ଦୁଝର ଜିଲ୍ଲାର ବିଭିନ୍ନ ପିକନିକ ସ୍ପଟରେ ପର୍ଯ୍ୟଟକମାନଙ୍କୁ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ଏହି ସମୟରେ ଦ୍ରୁତଗତି, ଓଭରଲୋଡିଂ, ହେଲମେଟ/ସିଟ୍‌?ବେଲ୍ଟ ପିନ୍ଧିବା ଏବଂ ପଦଚାରୀ ସୁରକ୍ଷା ଉପରେ ମଧ୍ୟ ସଚେତନତା କରାଯାଉଛି। ସେହିଭଳି
ପିକ୍‌ନିକ୍ ସ୍ପଟରେ ସଚେତନତା କାର୍ଯ୍ୟକ୍ରମ


କେନ୍ଦୁଝର, ୧୬ ଜାନୁଆରୀ(ହି.ସ.) – କେନ୍ଦୁଝର ଜିଲ୍ଲାର ବିଭିନ୍ନ ପିକନିକ ସ୍ପଟରେ ପର୍ଯ୍ୟଟକମାନଙ୍କୁ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ଏହି ସମୟରେ ଦ୍ରୁତଗତି, ଓଭରଲୋଡିଂ, ହେଲମେଟ/ସିଟ୍‌?ବେଲ୍ଟ ପିନ୍ଧିବା ଏବଂ ପଦଚାରୀ ସୁରକ୍ଷା ଉପରେ ମଧ୍ୟ ସଚେତନତା କରାଯାଉଛି। ସେହିଭଳି କୁହୁଡିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା କରାଯାଉଛି। ବିଶେଷ କରି ପିକନିକ୍ ସ୍ପଟକୁ ଯିବା ଆସିବା ସମୟରେ ରାସ୍ତାରେ ଦୁର୍ଘଟଣା ଘଟୁଛି। ମଦପିଇ ଗାଡି ଚଳାଇବା ଏବଂ ଦ୍ରୁତଗତିରେ ଗାଡି ଚଳାଇବା ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଛି। ତେଣୁ ପ୍ରମୁଖ ବଣଭୋଜି ସ୍ଥଳକୁ ଚିହ୍ନଟ କରାଯାଇଛି। ଏଥିପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଆଂଚଳିକ ପରିବହନ ଅଧିକାରୀ ଇଂ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି। ସଡକ ସୁରକ୍ଷା ନିୟମ ଉଲ୍ଲଘଂନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୁଖ୍ୟତଃ ପର୍ଯ୍ୟଟକଙ୍କ ଗାଡି ଡ୍ରାଇଭରଙ୍କ ବ୍ରେଥ୍ ଆନାଲାଇଜରରେ ଟେଷ୍ଟ କରି ଯେଉଁ ଚାଳକମାନେ ମଦ ପିଇ ଗାଡି ଚଳାଉଥିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଡ୍ରାଇଭର ମଦ ପିଇଥିଲେ ଇ-ଚାଲାଣ କଟାଯିବା ସହ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଉଛି। ବଣଭୋଜିର ଖୁସି ଯେମିତି ସଡକ ଦୁର୍ଘଟଣା ଦୁଃଖରେ ପରିଣତ ନହେବ ସେନେଇ କଡାକଡି ଯାଂଚ କରାଯାଉଛି। ତେଣୁ ଯେଉଁମାନେ ପିକ୍‌ନିକ୍ ପାଇଁ ବାହାରିଛନ୍ତି ସେମାନେ ସଡକ ସୁରକ୍ଷାର ସମସ୍ତ ନିୟମ ପାଳନ କରନ୍ତୁ ବୋଲି ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ରାସ୍ତାରେ ସ୍ୱତନ୍ତ୍ର ଏନ୍‌ଫୋର୍ସମେଂଟ ଦଳ ମୁତୟନ କରାଯାଇଛି। ସେହିପରି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଂଚ କରାଯାଉଛି। ବେପରୁଆ ଗାଡି ଚାଳନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଓଭରଲୋଡିଂ, ଗାଡିରେ ଅସୁରକ୍ଷିତ ପରିବହନ, ଯାନର ବେଆଇନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପିକ୍‌ନିକ୍‌/ତୀର୍ଥଯାତ୍ରା ପାଇଁ ବାହାରୁଥିବା ଗାଡିଗୁଡିକ ଆର୍‌ଟିଓଙ୍କଠାରୁ ପରମିଟ୍ ଗାଡିଗୁଡିକ ଆର୍‌ଟିଓ ଠାରୁ ପରମିଟ୍ ନେବା ଆବଶ୍ୟକ। ଅଧିକ ଭିଡ ଥିବା ସ୍ଥାନରେ ଏମରଜେନ୍ସି କେୟାର ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ଗୋଲଡେନ ଆୱାରରେ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ। ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ପିକ୍‌?ନିକ୍ ଯିବା ପୂର୍ବରୁ ଶିକ୍ଷାନୁଷ୍ଠାନ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବେ। ପିକ୍‌ନିକ୍ ଯାଉଥିବା ଗାଡିରେ ସମସ୍ତ ଡକ୍ୟୁମେଂଟ ରହିବା ଜରୁରୀ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଶିକ୍ଷକ ଓ କଲେଜ ଅଧ୍ୟାପକ ମଧ୍ୟ ରହିବେ ବୋଲି ଆରଟିଓ ସୂଚନା ଦେଇଛନ୍ତି। ପୁଲିସ ଓ ପରିବହନ ବିଭାଗ ମିଳିତ ଭାବେ ଚେକିଂ କରୁଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ ରାଜ୍ୟର ସମସ୍ତ ଆ?ର୍ଟିଓଙ୍କୁ ଚିଠି ଲେଖି ଏକ ମାର୍ଗଦର୍ଶିକା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାର୍ଗଦର୍ଶିକାରେ ସଡକ ସୁରକ୍ଷାର ୪ ‘ଇ’ ଯଥା- ଏନ୍‌ଫୋର୍ସମେଂଟ, ଇଞ୍ଜିନିୟରିଂ, ଏଜୁକେସନ ଓ ଏମରଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯାଇଛି। ମାର୍ଗଦର୍ଶିକାରେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande