ପର୍ପଲ ଫେୟାର ଅନୁଷ୍ଠିତ : ଦିବ୍ଯାଙ୍ଗ ମାନେ ସମାଜ ପାଇଁ ବୋଝ ନୁହନ୍ତି
ପୁରୀ, ୧୬ ଜାନୁଆରୀ (ହି.ସ.)- ଦିବ୍ଯାଙ୍ଗ ମାନେ ସମାଜର ଏକ ଅଙ୍ଗ। ସେମାନ ସମାଜ ପାଇଁ ବୋଝ ନୁହନ୍ତି ବରଂ ସମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କଲେ ସେମାନେ ସମାଜର ସମ୍ବଳ ପାଲଟିବେ। ସେମାନଙ୍କ ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ଆମେ ସାମୁହିକ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଛନ୍ତି ପୌର ନିର୍ବା
ପର୍ପଲ ଫେୟାର ଅନୁଷ୍ଠିତ


ପୁରୀ, ୧୬ ଜାନୁଆରୀ (ହି.ସ.)- ଦିବ୍ଯାଙ୍ଗ ମାନେ ସମାଜର ଏକ ଅଙ୍ଗ। ସେମାନ ସମାଜ ପାଇଁ ବୋଝ ନୁହନ୍ତି ବରଂ ସମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କଲେ ସେମାନେ ସମାଜର ସମ୍ବଳ ପାଲଟିବେ। ସେମାନଙ୍କ ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ଆମେ ସାମୁହିକ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳାୟ ପକ୍ଷରୁ ଏସଭିନିରତାର ସହାୟତାରେ ପର୍ପଲ ଫେୟାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଛି। ଏହାର ଉପଯୁକ୍ତ ବିକାଶ ହେଲେ ସେମାନେ ସମାଜର ସମ୍ବଳ ପାଲଟନ୍ତି। ଦିବ୍ଯାଙ୍ଗ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ ପାଇଁ ଏହିଭଳି ମଞ୍ଚ ହିଁ ବଡ ପ୍ଲାଟଫର୍ମ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ ନାୟକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଆ ପ୍ରମୁଖ ଯୋଗଦେଇ ଦିବ୍ଯାଙ୍ଗ ମାନଙ୍କର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ନିରତାରର ଉପ ନିର୍ଦ୍ଦେଶକ ସତ୍ଯଜିତ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରାଣାଳୟ ପକ୍ଷରୁ ନିରତାର ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପର୍ପଲ ମେଳା ଆୟୋଜିତ କରାଯାଉଛି। ବଲାଙ୍ଗୀର ଓ ଢେଙ୍କାନାଳ ଜିଲ୍ଲାରେ ଏହା ସରିଥିବା ବେଳେ ଆଜି ପୁରୀରେ ହେଉଛି। ଆଗାମୀ ଦିନରେ ସମସ୍ତ ଜିଲ୍ଲା ମାନଙ୍କରେ ଏହା ଆୟୋଜନ କରାଯିବା ସହ ଦିବ୍ଯାଙ୍ଗ ପ୍ରତିଭା ମାନଙ୍କୁ ଉତ୍ସାହିତ କରାଯିବ ବୋଲି ସେ କହିଥିଲେ। ପରେ ଅତିଥି ମାନେ ପ୍ରଦର୍ଶନୀ ମେଳାକୁ ଉଦଘାଟନ ଓ ପରିଦର୍ଶନ ସହ ଝୋଟି ପ୍ରତିଯୋଗିତାକୁ ନିରୀକ୍ଷଣ କରିଥିଲେ। ପରେ ଦିବ୍ଯାଙ୍ଗ ପ୍ରତିଭାଧାରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande