
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଂଚଳରେ ଘଟିଥିବା ଏକ ଅଭାବନୀୟ ଏବଂ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଭାବେ ନବଜାତ ଶିଶୁକୁ ବାପା ମା ବିକ୍ରି କରିବା ଏବଂ ପରେ ଜେଜେମା ଥାନାରେ ଏତେଲା ଦେବା ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନସ୍ମିତା ଖୁଂଟିଆ କହିଛନ୍ତି। ଶିଶୁ ବିକ୍ରିକୁ ନେଇ ଏତଲା ହେବାର ୨୪ ଘଂଟା ଭିତରେ ପୋଲିସ ଏବଂ ସିଏଚଏଲ ମିଳିତ ଭାବରେ ପିଲାକୁ କଟକରୁ ଉଦ୍ଧାର କରିଥିଲେ। ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ । ଭଦ୍ରକର ଡିସିପିୟୁ ଏବଂ ସିଡବ୍ଲ୍ୟୁସି ଘଟଣାଟିରେ ଅତ୍ୟନ୍ତ ଗୁରୁତର ସହ ନେଇ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋ ତରଫରୁ ଏ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ମଧ୍ୟ ଜାରି ରହିଛି। ଘଟଣାର ତଦନ୍ତରେ ଆସିଥିବା ଶ୍ରୀମତୀ ଖୁଂଟିଆ ଶିଶୁର ପରିବାର ଲୋକଙ୍କୁ ଭେଟି ପଚରା ଉଚୁରା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅପରାଧ ପ୍ରତି ଶୁନ୍ୟ ସହନଶୀଳତା ରହିଛି,ଶିଶୁର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ, ଅପରାଧୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିବା ସହିତ ଅଧିକ ତଦନ୍ତ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ପରାମର୍ଶ ଦେଇଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ