
ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ସମାଜବାଦୀ ପାର୍ଟିର ନେତା ଅଖିଲେଶ ଯାଦବ ଶୁକ୍ରବାର ଭୁବନେଶ୍ୱରରେ ପହଂଚିଛନ୍ତି। ବିମାନ ବନ୍ଦରରେ ପହଂଚି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଖିଳେଶ କହିଛନ୍ତି ଏହାକୁ ମିଶାଇ ମୁଁ ତିନିଥର ଓଡିଶାକୁ ଆସିଛି। ସେ ସମୟରେ ବିଜୁ ପଟ୍ଟନାୟକଙ୍କ ଭଳି ସମାଜବାଦୀ ନେତା ମିଶି କାର୍ଯ୍ୟ କରୁଥିଲୁ। ଆମର ଆଭିମୁଖ୍ୟ ଯେତେବେଳେ ବିଜେପିକୁ ସାରା ଦେଶରେ ଏକ୍ସପୋଜ୍ କରାଯିବ ତାହା ପରେ ହିଁ ଦିଲ୍ଲୀରୁ ବିଜେପି ହଟିବ । ଯେତେବେଳେ ବିଜେପି କମଜୋର ହୁଏ ବା ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିପାରେ, ଡିଭିଜନ ପଲିଟିକ୍ସ କରେ। ବିଜେପି ଠୁ ଶିଖିବାକୁ ବହୁତ୍ କିଛି ଅଛି, ଇଡି, ସିବିଆଇ ଲଗାଇ କିପରି ଡାଟା ଚୋରି କରନ୍ତି। ବିଜେପି ପାଖରେ ରିସୋର୍ସର କିଛି କମି ନାହିଁ। କାରଣ ତାଙ୍କ ହାତରେ ଓଡ଼ିଶା ରହିଛି। ଓଡ଼ିଶାରେ ପ୍ରାକୃତିକ ଭଣ୍ଡାର ରହିଛି। ନିଜକୁ ମଜବୁତ କରିବାପାଇଁ ଓଡ଼ିଶାରୁ ସବୁ ଇନଭେଷ୍ଟ କରୁଛି। ଓଡ଼ିଶାର ସମାଜବାଦୀ ପାର୍ଟି ନିର୍ମାଣ ପାଇଁ ଓଡ଼ିଶା ଆସିଛି। ଶ୍ରୀକାନ୍ତ ଜେନାଙ୍କ ସହ ମିଶି କାମ କରିବା ପାଇଁ ଆସିଛି। ସେ ବହୁତ ବଡ଼ ନେତା ଏବଂ ଅଭିଜ୍ଞ ନେତା। ଆମେ ତାଙ୍କ ସହ ମିଶି କୌଣସି ବିକଳ୍ପ କାଢ଼ିବୁ। ଯେଉଁ ଲୋକମାନଙ୍କୁ ନ୍ୟାୟ ଓ ନିଜର ହକ୍ ମିଳି ପାରୁନି ସେ କ୍ଷେତ୍ରରେ କାମ କରିବୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା