
ସମ୍ବଲପୁର , ୧୬, ଜାନୁଆରି (ହି.ସ.) ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ର ରେମେଡ ଛକରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ବୃନ୍ଦାବନ ବିହାର ଅଞ୍ଚଳର ରାଜକିଶୋର ଦାସ(୭୫) ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଛି । ଜବତ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ, ରାଜକିଶୋର ନିଜ ସ୍କୁଟି ଗାଡ଼ି ନମ୍ବର( ଓଆର ୦୭ୱାଇ - ୪୨୨୦) ଯୋଗେ ବୁର୍ଲାରୁ ଫେରୁଥିବା ବେଳେ ଟ୍ରକ୍ ଗାଡ଼ି ( ସିଜି ୦୭ସିପି - ୭୨୭୭) ସହ ଧକ୍କା ହୋଇଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ