ସିଦ୍ଧଶକ୍ତି ମତ୍ସ୍ୟଚାଷୀ ଉତ୍ପାଦକ ସମବାୟ ସମିତିର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – ସିଦ୍ଧଶକ୍ତି ମତ୍ସ୍ୟଚାଷୀ ଉତ୍ପାଦକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଆଜି ଗୋଗୁଆ ସ୍ଥିତ ସାହୁ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମବାୟ ସମିତିର କାର୍ଯ୍ୟକୁ ଭୂୟସୀ ପ
ସିଦ୍ଧଶକ୍ତି ମତ୍ସ୍ୟଚାଷୀ ଉତ୍ପାଦକ ସମବାୟ ସମିତିର ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – ସିଦ୍ଧଶକ୍ତି ମତ୍ସ୍ୟଚାଷୀ ଉତ୍ପାଦକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଆଜି ଗୋଗୁଆ ସ୍ଥିତ ସାହୁ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମବାୟ ସମିତିର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ସେ ନିଜକୁ ସମବାୟ ସମିତିର ଜଣେ ସଭ୍ୟ ଭାବରେ ବିବେଚନା କରନ୍ତି ଓ ସମସ୍ତ ପ୍ରକାର ବିଭାଗୀୟ ସହଯୋଗ ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ଆଲୋକ ରଞ୍ଜନ ନାଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାଧାରଣତଃ ସମବାୟ ସମିତିଗୁଡିକ ସାଧାରଣ ସଭା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁ ନଥିବା ସ୍ଥଳେ ସଫଳତାର ସହିତ ବାର୍ଷିକ ସାଧାରଣ ସଭା ଆୟୋଜିତ କରି ଥିବାରୁ ସେ ସମସ୍ତ ସଭ୍ୟମାନଙ୍କୁ ଧନ୍ୟବାଦ ଦେବା ସହିତ ଆଗକୁ ମଧ୍ୟ ଏହିପରି ମିଳି ମିଶି କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ଉପ ସହକାରୀ ନିବନ୍ଧକ ମତ୍ସ୍ୟ ସମବାୟ ସମିତି ଅଭୟ ମହାନ୍ତି ଯୋଗଦେଇ ମତ୍ସ୍ୟ ସମବାୟ ସମିତି ମାନଙ୍କ ନିମନ୍ତେ ସିଦ୍ଧିଶକ୍ତି ଏକ ଉଦାହରଣ ସୃଷ୍ଟି କରିଛି ଓ ଆଗକୁ ଏହିଭଳି ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଆଗଧାଡ଼ିର ତିନି ଜଣ ମତ୍ସ୍ୟଚାଷୀ - ପ୍ରଶାନ୍ତ ଦାସ, ବିପ୍ଳବ ସ୍ୱାଇଁ ଓ ନରେଶ ଚନ୍ଦ୍ର ପତିଙ୍କୁ ସମ୍ମାନିତ କରାଯାଇଥିଲା। ସଭାପତି ଭାଗବତ ଚନ୍ଦ୍ର ବରାଳ ସଭା କାର?୍ୟ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମି ମଲ୍ଲିକ, ଝୁନିରାଣୀ ବେହେରା, ମଦନ ମଲ୍ଲିକ, ଦିଲ୍ଲୀପ କୁମାର ବରାଳ, ନାରାୟଣ ପ୍ରଧାନ, ଦିଲ୍ଲୀପ ରାଉତ, ସୁଶାନ୍ତ ସେଠୀ, ଦିବାକର ପ୍ରଧାନ, ପବିତ୍ର ମୋହନ ସାମଲ, ଖୁଲଣା ନାୟକ, ସୋନାଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସଭାନେତ୍ରୀ ଶ୍ରୀମତୀ ଚନ୍ଦନା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande