

ସମ୍ବଲପୁର, ୧୬, ଜାନୁଆରୀ (ହି.ସ.) ସମ୍ବଲପୁର ଜିଲ୍ଲାରେ ଅନେକ କୁନି କୁନି ପିଲାଙ୍କ ଅନ୍ତର୍ନିହିତ ପ୍ରତିଭା ସଠିକ୍ ଚୟନ ହୋଇ ପାରୁନଥିବା ବେଳେ ଏଵେ କୁଚିଣ୍ଡା ଉପଖଣ୍ଡ ତଥା କୁଚିଣ୍ଡା ସଦର ଅଞ୍ଚଳର କୁନି ପ୍ରତିଭା ସ୍ୱସ୍ତିକା ସମୃଦ୍ଧି ପଣ୍ଡା ଆସିଛନ୍ତି ଲୋକଲୋଚନକୁ। କୁନି ପ୍ରତିଭା ସ୍ୱସ୍ତିକା ଏକା ଧାରରେ ଜଣେ ଓଡିଶୀ ନୃତ୍ୟାଙ୍ଗନା ସହ ସମ୍ବଲପୁରୀ ଓ ଫୋକ ଡ୍ୟାନ୍ସ, ଚିତ୍ରାଙ୍କନ, ଡିବେଟ ଓ କୁଇଜରେ ନିପୁଣା ଥିବା ଜଣାପଡିଛି । ଏଥିସହ ନିଜ ପାଠ ପଢାରେ ମଧ୍ୟ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛନ୍ତି l ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇ ସେ କୁଚିଣ୍ଡା ଉପଖଣ୍ଡ, ରାଜ୍ୟ ଓ ଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି କୁଚିଣ୍ଡା ମାଟିର ଗର୍ଵ ଓ ଗୌରବ ପାଲଟିଛନ୍ତି । ବଣ ପାହାଡ଼ ଘେରା ସବୁ ଜିମାରେ ଭରପୁର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଭଳି ଅଞ୍ଚଳର ମା' ମୋନାଲିସା ଓ ବାପା ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଔରସରୁ ୨୦୧୧ ରେ ଜନ୍ମ ନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ