ତୁଳସୀ ମହିଳା ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ -୨୦୨୬ ଅଧ୍ୟକ୍ଷ ଡକ୍ଟର ମଥୁରି ଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅଧ୍ୟକ୍ଷ ଡ଼ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଗଣେଶ୍ୱର ବ
ତୁଳସୀ ମହିଳା ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ -୨୦୨୬ ଅଧ୍ୟକ୍ଷ ଡକ୍ଟର ମଥୁରି ଚରଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅଧ୍ୟକ୍ଷ ଡ଼ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ତୁଳସୀର ଏକାଗ୍ରତା ଓ ଆଦର୍ଶ ବ୍ୟତିକ୍ରମ ଉପରେ ବକ୍ତବ୍ୟ ପ୍ରଦାନ କରି +୨ ଓ +୩ ଶ୍ରେଣୀର ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ବୀର ହନୁମାନଜୀଉ ମହାବିଦ୍ୟାଳୟ, ନିକିରାଇର ପ୍ରାକ୍ତନ ଅଧ୍ୟକ୍ଷ ବଳରାମ କର ଉତମ ଚରିତ୍ର ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟ ଊର୍ମିଳା ମହାପାତ୍ର ଛାତ୍ରୀମାନେ ଭଲ ମଣିଷ ହୋଇ ସମାଜ ସୁଧାରିବାର ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା କ୍ରେନ୍ଦ୍ରାପଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ମହାବିଦ୍ୟାଳୟର ବାତାବରଣକୁ ପ୍ରଂଶସା କରି ପରିଶ୍ରମ ଓ ପ୍ରସ୍ତୁତିକୁ ଶାଣିତ କରିବା ପାଇଁ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସବିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଇଂରାଜୀ ଅଧ୍ୟାପିକା ପ୍ରଜ୍ଞା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ଡ଼ ଶକ୍ତିଶେଖର ଦାଶ ଓ ଅଧ୍ୟାପିକା ଭାରତୀ ଜେନା ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲା ବେଳେ +୨ ଓ +୩ ଶେଣୀର ଛାତ୍ରୀମାନେ ଉପସ୍ଥିତ ଥିଲେ। ଗଣେଶ ମେକାପ, ନିରାକାର ସ୍ୱାଇଁ, ଉପୀନ ରାଉତ ପ୍ରମୁଖ ସମାଜସେବୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରା ଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande