
ଧର୍ମଶାଳା,୧୫ଜାନୁଆରୀ(ହି.ସ.) - ଦିନକୁ ଦିନ ଦୃବଳ ହେବାରେ ଲାଗିଛି ବିଜୁ ଜନତା ଦଳ । ଯାଜପୁରରେ ବିଜେଡି ଗଡ ଭାଙ୍ଗିଛି । ଆଜି ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷା ଗଣେଶ୍ୱର ବରାଳଙ୍କ ସମେତ ପୂର୍ବତନ ଯାଜପୁର ସାଂସଦ ରୀତା ତରାଇ,ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ,ବିଜେଡି ସାଧାରଣ ସମ୍ପାଦକ ପ୍ରିୟନାଥ ମହାପାତ୍ର,ଧର୍ମଶାଳା ବିଜେଡି ସଭାନେତ୍ରୀ ବିଶ୍ୱବନ୍ଦନା ଜେନା,ଯାଜପୁର ବିଜେଡି ୟୁଥ ସଭାପତି କ୍ଷିତିଶ ନାୟକ,ଉତରପ୍ରତାପ ସମିତିସଭ୍ୟା କ୍ଷିରାବ୍ଧି ତନୟା ମଲ୍ଲିକ,ଚୋରମୁହାଁ ପଂଚାୟତର ପୂର୍ବତନ ସମିତି ସଭ୍ୟା ଗୀତାଞ୍ଜଳୀ ପ୍ରଦାନ,ଯୁବ ସଂଗଠକ ସନ୍ତୋଷ ତରାଇ,ଯୁବ ସଂଗଠକ ଆଦିତ୍ୟ ପ୍ରତାପ ପୃଷ୍ଟି ପ୍ରମୁଖ ବିଜେଡି ପ୍ରତି ଅସନ୍ତୋଷ ପ୍ରକାଶ କରି ଦଳ ପରିତ୍ୟାଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ