ଡକ୍ଟର ପ୍ରତିଭା ରାୟଙ୍କ ଦୟାନଦୀରୁ ନିରଞ୍ଜନା ଉପନ୍ୟାସ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
୨୦୩୬ର ‘ବିକଶିତ ଓଡ଼ିଶା’ ପାଇଁ ୨୦୨୬ରୁ ପ୍ରୟାସ କରିବା - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ଆମେ ୨୦୨୬ରୁ ୨୦୩୬ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧିର ଲକ୍ଷ୍ୟ ନେଇ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛୁ । ଏହି ସମୟରେ ଓଡ଼ିଶାର ୧ କୋଟିରୁ ଉର୍ଦ୍ଧ୍ୱ ପିଲା
ନରପୁଗକଦତ


୨୦୩୬ର ‘ବିକଶିତ ଓଡ଼ିଶା’ ପାଇଁ ୨୦୨୬ରୁ ପ୍ରୟାସ କରିବା - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ଆମେ ୨୦୨୬ରୁ ୨୦୩୬ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧିର ଲକ୍ଷ୍ୟ ନେଇ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛୁ । ଏହି ସମୟରେ ଓଡ଼ିଶାର ୧ କୋଟିରୁ ଉର୍ଦ୍ଧ୍ୱ ପିଲାଙ୍କ ଯତ୍ନ ନେବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଏବଂ ଯୁବପିଢ଼ିଙ୍କୁ ଆନ୍ତର୍ଜାତୀୟ ଦକ୍ଷତା ପ୍ରଦାନ କରିବା ପାଇଁ ଦାୟିତ୍ନ ନେବା ସହ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ଠାରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ଦ୍ୱାରା ରଚିତ ଐତିହାସିକ ଉପନ୍ୟାସ ‘ଦୟାନଦୀରୁ ନିରଞ୍ଜନା’ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଆଗାମୀ ଏକ ଦଶନ୍ଧି ୨୦୨୬ରୁ ୨୦୩୬ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଶ୍ରୀ ପ୍ରଧାନ ବିକଶିତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ପିଲାମାନେ, ଅର୍ଥାତ୍ ଯେଉଁମାନଙ୍କ କାନ୍ଧରେ ବିକଶିତ ଓଡ଼ିଶାର ଦାୟିତ୍ୱ ରହିଛି, ସେମାନଙ୍କୁ ସାହସୀ ଓ ସ୍ୱାବଲମ୍ବୀ କରିବା ପାଇଁ ମାତୃଭାଷାରେ ଶିକ୍ଷାଦାନ ପ୍ରଦାନ କରିବା ଜରୁରୀ । ସେହିପରି ନବଜାତ ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ପୋଷଣ ପାଇଁ ଗାଁ ଗାଁରେ ଏକ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି । ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ପ୍ରାକୃତିକ ସମ୍ପଦକୁ ଉପଯୋଗ କରି ଓଡ଼ିଶାର ଯୁବପିଢ଼ିଙ୍କୁ ଆନ୍ତର୍ଜାତୀୟ ଦକ୍ଷତା ପ୍ରଦାନ କରିବା ଆଜିର ଆବଶ୍ୟକତା ରହିଛି । କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ପ୍ରତି ସଚେତନ ହେବେ, ସେତେବେଳେ ହିଁ ସମସ୍ତଙ୍କ ଅଧିକାର ସୁରକ୍ଷିତ ରହିବ ଏବଂ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ସାକାର ହେବ ।

ଏହାବ୍ୟତୀତ ଶ୍ରୀ ପ୍ରଧାନ ପୁସ୍ତକ ବାବଦରେ କହିଛନ୍ତି ଯେ, ଏହି କୃତିଟି କେବଳ ଏକ ଉପନ୍ୟାସ ନୁହେଁ, ବରଂ ଏହା ଓଡ଼ିଶାର ଗୌରବମୟ ଇତିହାସ ଏବଂ ବିଶ୍ୱ ଶାନ୍ତିର ବାର୍ତ୍ତାବହ ବୌଦ୍ଧ ଦର୍ଶନର ଏକ ଅପୂର୍ବ ମହାମିଳନ । 'ଦୟା' ନଦୀ – ଯିଏ ଖ୍ରୀଷ୍ଟପୂର୍ବ ୨୬୧ରେ ରକ୍ତର ନଦୀ ଦେଖିଥିଲା । ଚଣ୍ଡାଶୋକରୁ ଧର୍ମାଶୋକ ହେବାର ସେହି ମହାନ୍ ପରିବର୍ତ୍ତନର ମୂକସାକ୍ଷୀ ହେଉଛି ଆମର ଏହି ଦୟା ନଦୀ । ଅନ୍ୟପଟେ 'ନିରଞ୍ଜନା' – ଯାହାର ତଟରେ ଭଗବାନ ବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ କରିଥିଲେ । ଏହି ଉପନ୍ୟାସ ମାଧ୍ୟମରେ ଡକ୍ଟର ରାୟ ଆଜିର ପିଢ଼ି ପାଇଁ ଇତିହାସର ସେହି ଦର୍ପଣକୁ ସାହିତ୍ୟ ଶୈଳୀରେ ଉପସ୍ଥାପନ କରିଛନ୍ତି ।

ଏକବିଂଶ ଶତାବ୍ଦୀରେ ଏଭଳି ଏକ ପୁସ୍ତକର ରଚନା ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ ପଦକ୍ଷେପ। କୁହାଯାଏ ଯେ, ଗୋଟିଏ ଜାତି, ସଭ୍ୟତା ଓ ସଂସ୍କୃତି ନିଜର ଇତିହାସକୁ ଦେଖିହିଁ ଆଗକୁ ବଢ଼ିଥାଏ; କାରଣ ଇତିହାସ ସର୍ବଦା ଏକ ଦର୍ପଣ ସଦୃଶ କାର୍ଯ୍ୟ କରେ । ‘ଦୟାନଦୀରୁ ନିରଞ୍ଜନା’ କେବଳ ଏକ ମାତ୍ର ଐତିହାସିକ ଉପନ୍ୟାସ ନୁହେଁ, ବରଂ ଏହା ସମଗ୍ର ମାନବ ସଭ୍ୟତାକୁ ପ୍ରେମ, କରୁଣା ଓ ଅହିଂସାର ଶାଶ୍ୱତ ସନ୍ଦେଶ ପ୍ରଦାନ କରେ । ଯେଉଁ ଐତିହାସିକ ଘଟଣା ଦିନେ ଦୟାନଦୀର ଜଳକୁ ରକ୍ତରଞ୍ଜିତ କରିଥିଲା, ତାହା ହିଁ ପରବର୍ତୀ ସମୟରେ ବିଶ୍ୱକୁ ଶାନ୍ତିର ପଥ ପ୍ରଦର୍ଶନ କରିଥିଲା । ଏହି ମହତ ପୁସ୍ତକଟି ସାଧାରଣରେ ବହୁଳ ଭାବରେ ଆଦୃତ ହେବା ନେଇ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

ଏହି ପୁସ୍ତକ ବିମୋଚନ ସମାରୋହରେ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁସ୍ତକର ଲେଖିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ, ଇଷ୍ଟର୍ଣ୍ଣ ରିଜିଓନାଲ ଲାଙ୍ଗୁଏଜ୍ ସେଣ୍ଟରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande