
ଧର୍ମଶାଳା,୧୬ଜାନୁଆରୀ(ହି.ସ.) - ସନାତନୀ ଜାଗରଣ ମଂଚ ରାଉରକେଳା ଦ୍ୱାରା ନିର୍ମିତ ହୋଇଥିବା ଅଯୋଧ୍ୟାର ରାମଲାଲାଙ୍କ ପାଖରେ ଆଗାମୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ସ୍ଥାନୀତ ହେବ ସ୍ୱର୍ଣ୍ଣ ଧନୁଷ । ଏହି ସ୍ୱର୍ଣ୍ଣ ଧନୁଷ ସମଗ୍ର ଓଡିଶାର ସବୁ ଜିଲା ଓ ଶକ୍ତିପୀଠ ପରିକ୍ରମା କରିବ । ଏହି ଅବସରରେ ଆଜି ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆଠାରେ ଏକ ସୁସଜ୍ଜିତ ଗାଡିରେ ଧନୁଷ ଆସି ପଂହଚି ଥିଲା । କୁଆଖିଆ ଲାୟନ୍ସ କ୍ଲବ ଓ ସଂସ୍କାର ଗୋଶାଳା ଦ୍ୱାରା ବିଶାଳ ନାଗରିକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଲାୟନ୍ସ କ୍ଲବର ସଭାପତି ତଥା ସଂସ୍କାର ଗୋଶାଳାର ଅଧ୍ୟକ୍ଷ ଜନ୍ମେଜୟ ସାହୁଙ୍କ ନିବଦେନ କ୍ରମେ ହଜାର ହଜାର ସନାତନ ପ୍ରେମୀ,ମହିଳା ଶ୍ରଦ୍ଧାଳୁ,ବରିଷ୍ଠ ନାଗରିକ ସ୍ୱର୍ଣ୍ଣ ଧନୁଷକୁ ଦର୍ଶନ କରିବା ସହିତ ଟିମ୍ ସନାତନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇ ଯାଜପୁର ସାଂସଦ ଡ ରିବନ୍ଦ୍ର ନାରାୟରଣ,କୋରେଇ ବିଧାୟକ ଆକାଶଦାସ ନାୟକ ଓ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁ ,ବରିଷ୍ଠ ନାଗରିକ ପ୍ରହଲ୍ଲାଦ ପଣ୍ଡା,ଚୈତନ୍ୟ ନାୟକ,ଶିକ୍ଷାବିତ୍ ବୈଦନାଥ ସାହୁ,ବିପିନ ବିହାରୀ ପଣ୍ଡା ଓ ଗୋବିନ୍ଦ ଚନ୍ଦ୍ର ରାଉତ ପ୍ରମୁଖଙ୍କ ସମେତ ସ୍ୱେଚ୍ଛାସେବୀ ଯଶବନ୍ତ ଦାସ,ବୈକୁଣ୍ଠ ନାଥ,ସନାତନ ନାୟକ,ସରୋଜ ସାହୁ,ନାରାୟଣ ପରିଡାମାନସ ଆଚାର୍ଯ୍ୟ,ଦେବାଶିଷ ନାୟକ,ଶିଶିର କୁମାର ପଣ୍ଡା ପ୍ରମୁଖ ସ୍ୱର୍ଣ୍ଣ ଧନୁଷ ଶୋଭାଯାତ୍ରକୁ ସଫଳ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଲାୟନ୍ସ କ୍ଲବ କୁଆଖିଆ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ସଂସ୍କାର ଗୋଶାଳା,ସେବା ହିଁ ଧର୍ମ ହ୍ୟୁମାନ ୱେଲ ଫେୟାର ସଙ୍ଘ,ପ୍ରକୃତି ମିତ୍ର ଟ୍ରଷ୍ଟ,ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗଦଳ,ଳଭିବିପ,ନବ ଭାରତ ହିନ୍ଦୁ ସଂଗଠନ,ବିପଦର ବନ୍ଧୁ,ଆରଏମଡି,ନୂଆ ଆଲୋକ,କଳିଙ୍ଗ ଯୁବ ସଂଘ-ପାଠାଗାର,ମହିଳା ମଣ୍ଡଳୀ,ଗଣ ସଂଗଠନର ସମସ୍ତ କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ । ନାମ ସଂକୀର୍ତନରେ କୁଆଖିଆ ଅଂଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ