
ଧର୍ମଶାଳା,୧୬ ଜାନୁଆରୀ(ହି.ସ.) - ଯାଜପୁର ଜିଲାର ଉଦୟଗିରିଠାରେ ଦ୍ୱିତୀୟ ଗୁରୁ ପଦ୍ମ ସମ୍ଭବ ସମାରୋହ ଉତ୍ସବ ଆଧ୍ୟାତ୍ମିକ ଓ ଧର୍ମୀୟ ପରିବେଶ ମଧ୍ରରେ ଉଦଯାପିତ ହୋଇଯାଇଛି । ଆଜି ଥିଲା ସମାରୋହର ଶେଷ ଦିବସ । ସକାଳୁ ସକାଳୁ ଧର୍ମ ସ୍ଥଳରେ ବୁଦ୍ଧ ଧର୍ମର୍ ଗୁରୁ ଓ ବୌଦ୍ଧ ଭିକ୍ଷୁ ଧର୍ମ ସମ୍ବଦ୍ଧରେ ଆଲୋଚନା କରିବା ସହ ବିଶ୍ୱର କଲ୍ୟାଣ ଓ ଶାନ୍ତି ନିମନ୍ତେ ସମୂହ ପ୍ରାଥନା କରାଯାଇ ଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟାୟାର୍ଦ୍ଧରେ ସାସ୍କୃତିକ ଓ ସମୂହ ମହମବତୀ ଶୋଭାଯାତ୍ର ଅନୁଷ୍ଠିତ ହେବା ପରେ ସମାରୋହ ଶେଷ ହୋଇଥିଲା । ଓଡିଶା ସରକାର ,ଜିଲା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କୁ ସହଯୋଗ ଏଭଳି କାର୍ଯ୍ୟକ୍ରମର ସଫଳତା ଶ୍ରେୟ ଦେଇ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶାର ଜଗନ୍ନାଥ ଅଷ୍ଠକ ନୃତ୍ୟ ଓ ଅନ୍ୟ ରାଜ୍ୟର ଲୋକକଳା,ନୃତ୍ୟ ଓ ସଂଗୀତକୁ ସମସ୍ତ ବୌଦ୍ଧ ଗୁରୁ ଓ ଭିକ୍ଷୁମାନେ ଉତ୍ସାହିତ ହୋଇପଡି ଥିଲେ । ଶେଷରେ ସମସ୍ତ ଧର୍ମଗୁରୁ ଓ ଭିକ୍ଷୁମାନେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗୁରୁ ପଦ୍ମ ସମ୍ଭବ ସଭାସ୍ଥଳ ପରିକ୍ରମା କରିବା ପରେ ଶେଷରେ ବୁଦ୍ଧ ସ୍ତୁପ ନିକଟକୁ ଯାଇ ପ୍ରାର୍ଥନା କରିଥିଲେ । ଧର୍ମଗୁରୁ ଓ ଲାଇଟ୍ ଅଫ ବୁଦ୍ଧ ଧର୍ମ ଫାଉଁଣ୍ଡେସନ ମୁଖ୍ୟ ୱାଙ୍ଗମୋ ଡିକ୍ସେ ଓ ବୁଦ୍ଧ ମହୋତ୍ସବ ସମିତି ସଭାପତି ତଥା ଆନ୍ତର୍ଜାତୀୟ ଶୋଭନୀୟ ଶିକ୍ଷାଶ୍ରମ ନିର୍ଦ୍ଦେଶିକା ଡଃ ଅରୁଦ୍ଧତୀ ଦେବୀ ଆସିଥିବା ସମସ୍ତ ବୁଦ୍ଧ ଧର୍ମଗୁରୁ ଓ ଭିକ୍ଷୁମାନକୁ ଧନ୍ୟାଦ ଦେବା ସହିତ ରାଜ୍ୟ ସରକାର,ଜିଲାପ୍ରଶାସନ ସ୍ଥାନୀୟ ଲୋକମାନଙ୍କ ସହଯୋଗ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୨୦୨୭ରେ ଏହି ଠାରେ ତୃତୀୟ ସମ୍ମିଳନୀ ହେବ ବୋଲି ଲାଇଟ୍ ଅଫ ବୁଦ୍ଧ ପାଉଁଣ୍ଡେସନ ମୁଖ୍ୟ ୱଙ୍ଗମା ଡିକ୍ସେ ସୂଚନା ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ।
------------
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ