୨୦ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
ଖୋର୍ଦ୍ଧା,, 17 ଜାନୁଆରି (ହି.ସ.)ବ୍ରାଉନସୁଗାର କାରବାର ଅଭିଯୋଗରେ ଆଦର୍ଶ ଥାନା ପୋଲିସ ୨ଜଣକୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କୋଣାର୍କ ନଗରର ସିଦ୍ଧାର୍ଥ ଶଙ୍କର ଦାସ(୨୬)ଏବଂ ଖ୍ରୀଷ୍ଟିଆନ ସାହିର ସୁନିଲ କୁମାର ସାହୁ(୨୬)। ଏମାନଙ୍କ ଠାରୁ ପୋଲିସ ୨୦ଗ୍ରାମ ବ୍ରାଉନସୁଗାର ,ଦୁଇଟି ବାଇକ୍,୪ଟି ମୋବାଇଲ
ବ୍ରାଉନ


ଖୋର୍ଦ୍ଧା,, 17 ଜାନୁଆରି (ହି.ସ.)ବ୍ରାଉନସୁଗାର କାରବାର ଅଭିଯୋଗରେ ଆଦର୍ଶ ଥାନା ପୋଲିସ ୨ଜଣକୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କୋଣାର୍କ ନଗରର ସିଦ୍ଧାର୍ଥ ଶଙ୍କର ଦାସ(୨୬)ଏବଂ ଖ୍ରୀଷ୍ଟିଆନ ସାହିର ସୁନିଲ କୁମାର ସାହୁ(୨୬)। ଏମାନଙ୍କ ଠାରୁ ପୋଲିସ ୨୦ଗ୍ରାମ ବ୍ରାଉନସୁଗାର ,ଦୁଇଟି ବାଇକ୍,୪ଟି ମୋବାଇଲ ସମେତ ନଗଦ ୩୯ହଜାର ଟଙ୍କା ଜବତ କରିଛି। ପୋଲିସ ସୁଚନା ମୁତାବକ ଶନିବାର ମଧ୍ୟାହ୍ନରେ ଖୋର୍ଦ୍ଧା ସହରର ଗାନ୍ଧୀ ପଡ଼ିଆରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରି ଦୁଇ ଜଣକୁ ଏନଡିପିଏସରେ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ସଞ୍ଜୟ ନାୟକ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande