
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ତ୍ରିବେଣୀ ଅମାବାସ୍ୟା ତଥା ଜଗତଜନନୀ
ମା’ ବିରଜାଙ୍କ ଜନ୍ମୋତ୍ସବର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ତ୍ରିବେଣୀ
ଅମାବାସ୍ୟା ତଥା ଜଗତଜନନୀ ମା’
ବିରଜାଙ୍କ
ଜନ୍ମୋତ୍ସବ ଅବସରରେ ସମସ୍ତଙ୍କୁ ଆନ୍ତରିକ
ଶୁଭେଚ୍ଛା ଓ ଅଭିନନ୍ଦନ। ମା’ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ,
ସମୃଦ୍ଧିରେ
ଭରିଯାଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା