ଆଜି କଳାହାଣ୍ଡିକୁ 8ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଆଜି କଳାହାଣ୍ଡିକୁ 8ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ପ୍ରତିଟି ଅଞ୍ଚଳରେ ବିକାଶ ପହଞ୍ଚାଇବା ସହ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ କର
ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଆଜି କଳାହାଣ୍ଡିକୁ 8ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି ଦେବେ

ମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର

ପ୍ରତିଟି ଅଞ୍ଚଳରେ ବିକାଶ ପହଞ୍ଚାଇବା ସହ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମ

ସରକାରଙ୍କର ମୁଖ୍ୟ ଧ୍ୟେୟ । ଏହି ମହତ୍ ପ୍ରୟାସକୁ ଆଗକୁ ନେଇ,

ରାଜ୍ୟର

ପ୍ରଗତି ପଥକୁ ଅଧିକ ପ୍ରଶସ୍ତ କରିବା ଲକ୍ଷ୍ୟରେ ଆଜି ମୁଁ କଳାହାଣ୍ଡି ଜିଲ୍ଲାର ମୋର

ଭାଇଭଉଣୀମାନଙ୍କ ଗହଣରେ ଉପସ୍ଥିତ ରହିବି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅବସରରେ କଳାହାଣ୍ଡି ପାଇଁ ପ୍ରାୟ ୮୦୦ କୋଟି ଟଙ୍କାରୁ

ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଏହି

ପ୍ରକଳ୍ପଗୁଡ଼ିକ କଳାହାଣ୍ଡିବାସୀଙ୍କ ଜୀବନଧାରଣ ମାନ ଉନ୍ନତ କରିବା ସହ କଳାହାଣ୍ଡିକୁ

ଭିତ୍ତିଭୂମି ଓ ସାମାଜିକ ପ୍ରଗତି କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢିତୋଳିବାରେ ସହାୟକ

ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande