
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଚନ୍ଦ୍ରମଣି ସାହୁଙ୍କ ବାସଭବନକୁ ଯାଇ ପରିବାର
ଲୋକଙ୍କୁ ସମବେଦନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଘଚାଳକ ତଥା
ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଚନ୍ଦ୍ରମଣି ସାହୁଙ୍କ କିଛି ଦିନ ତଳେ ଦେହାନ୍ତ ହୋଇଥିଲା।
ପଦ୍ମପୁର ସ୍ଥିତ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛି। ମହାପ୍ରଭୁଙ୍କ
ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି।
--------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା