ଆଗରପଡା ମହିଳା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁସ୍ତକ ବିତରଣ କାର୍ଯ୍ୟକ୍ରମ
ଭଦ୍ରକ, ୧୭ ଜାନୁଆରୀ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡା ମହିଳା ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଓ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥି
AGARPADA COLLEGE FUNCTION


ଭଦ୍ରକ, ୧୭ ଜାନୁଆରୀ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡା ମହିଳା ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଓ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା ଙ୍କ ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ। ଏକ ସୁନ୍ଦର ସମାଜ ଗଢିତୋଳିବା ପାଇଁ ଶିକ୍ଷାର ଆବଶ୍ୟକତା ନିହାତି ଜରୁରୀ ଥାଏ ଶିକ୍ଷା ଅନୁଷ୍ଠାନ ବା ମଣିଷ ତିଆରି କାରଖାନା ର କାରିଗର ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ସୁନ୍ଦର ସମାଜ ଅବା ସୁନ୍ଦର ମଣିଷ ଗଢିତୋଳିବାରେ ଗୁରତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ମତପ୍ରକାଶ କରିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

--------------

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande