
କନ୍ଧମାଳ , ୧୭ ଜାନୁଆରି (ହି.ସ.)କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରୁ ୪ କିମି ଦୁରରେ ଥିବା ଦାଦପାଜୁରେ ନିକଟରେ ଆଜି ଭୟଙ୍କର ସଡକ ଦୁର୍ଘଟଣା ଘଟି ଗୋଟିଏ କାର ଏବଂ ଗୋଟିଏ ଯାତ୍ରୀ ବାହୀ ଅଟୋରେ ଭୟଙ୍କର ଭାବେ ନିଆଁ ଲାଗି ଘଟଣା ସ୍ଥଳରେ ହିଁ ଅଟୋ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛି। ତେବେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାର ଭିତରେ ଥିବା ଜଣେ ବ୍ୟକ୍ତି ଜଳି ଯାଇଥିବା ଜଣାପଡ଼ିଛି। ଖବର ପାଇ ଫୁଲବାଣୀ ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିକୁ ଉଦ୍ଧାର କରିବା ସହିତ ଉଭୟ ଗାଡି ରେ ଲିଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଉଭୟ ଗାଡି ବାବଦରେ ତଥ୍ଯ ପ୍ରାପ୍ତ ହୋଇନାହିଁ। ଫୁଲବାଣୀ ସଦର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ଛାନଭିନ୍ କରୁଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ଗ୍ରସ୍ତ ଅଟୋରେ ଅତ୍ଯନ୍ତ ଜ୍ବଳନଶୀଳ ପଦାର୍ଥ ଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ