
ଭୁବନେଶ୍ୱର, ୧୭ ଜାନୁୟାରୀ (ହି.ସ)- ବିଜେଡି ନେତାଙ୍କ ନିଲମ୍ବନ ନେଇ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଜେଡିର ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା । ବିଜେପି ବିଜେଡିକୁ ଭାଙ୍ଗିବା ପାଇଁ ଚାହୁଁନି, ଯାହା ଚାଲିଛି ମୋତେ ଦୁଃଖ ଲାଗୁଛି। ବିଜେଡି ଆପଣା ଛାଏଁ ଭାଙ୍ଗୁଛି। ବିଜେପି ଚାହିଁଥିଲେ ବିଜେଡି କେବେଠାରୁ ଭାଙ୍ଗି ସାରନ୍ତାଣି। ବିଜେଡି କାହିଁକି ତାର ଭାଡ଼ିକୁ ଫାଙ୍କା କରୁଛି କାରଣ ସେ ହିଁ ଜାଣିଥିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା