ଭୁବନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
ଭୁବନ, ୧୭ ଜାନୁଆରୀ (ହି.ସ.)- ଭୁବନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଭାତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମ
ଭୁବନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ


ଭୁବନ, ୧୭ ଜାନୁଆରୀ (ହି.ସ.)- ଭୁବନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଭାତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମନ୍ଦିରରେ ବୈଷୟିକ ଶିକ୍ଷାଦାନ ସହିତ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ହାସଲ କରିଛି । ଶିଶୁ ମନ୍ଦିରର ପଠନ ଶୈଳୀ ନିଆରା । ରାଷ୍ଟ୍ରୀୟ ବିଚାରଧାରାରେ ଉତ୍ତମ ମଣିଷ ତିଆରି କରିବା ହେଉଛି ଶିଶୁ ମନ୍ଦିରର ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ୧୯୯୩ ମସିହାରେ କିଭଳି ଭାବେ ପର୍ଶୁରାମ କ୍ଲବରେ ପ୍ରଥମେ ଶିଶୁ ମନ୍ଦିର କାର୍ଯ୍ୟାରମ୍ଭ ହୋଇ ଆଜି ଭୁବନରେ ୧ ନମ୍ବର ଶିକ୍ଷା କେନ୍ଦ୍ର ହୋଇପାରିଛି ସେ ସମ୍ପର୍କରେ ଆଲୋକପାତ କରିବା ସହିତ ଶିକ୍ଷା କେବଳ ଜୀବିକା ଉପାର୍ଜନ ପାଇଁ ନୁହେଁ, ଜୀବନ ନିର୍ମାଣ ପାଇଁ ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରିଥିଲେ ଓ ଶିଶୁ ମନ୍ଦିର ବିଦ୍ୟାର୍ଥୀ ମାନେ ଦେଶହିତରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ପରିଚାଳନା ସମିତି ସମ୍ପାଦକ ଜଗବନ୍ଧୁ ବିହାରୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦିନେଶ କୁମାର ବୈଶାକ ବାର୍ଷିକ ବିବରଣୀ ମାଧ୍ୟମରେ ବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande