ବିଏମ୍ ସି ଓ ସିଜିଏମ୍ ମଧ୍ୟରେ ଏନ୍ଏମ୍ ଟି ପାଇଁ ଚୁକ୍ତିପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର , 17 ଜାନୁଆରି (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ସମସ୍ତ ନାଗରିକଙ୍କ ଉନ୍ନତ ଜୀବନ ଯାପନ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଆସୁଛି । ଏହି ଏକାମ୍ର କ୍ଷେତ୍ରର ଐତିହାସିକ ପରମ୍ପରା ରହିଛି । 1948 ରେ ଭୁବନେଶ୍ୱର ଏକ ବିଜ୍ଞାପିତ ପରିଷଦ ଭାବେ ଜନ୍ମ ନେଇଥିଲା । 1979 ରେ ଏହା
ବିଏମ୍ ସି ଓ ସିଜିଏମ୍ ମଧ୍ୟରେ ଏନ୍ଏମ୍ ଟି ପାଇଁ ଚୁକ୍ତିପତ୍ର ସ୍ୱାକ୍ଷରିତ


ଭୁବନେଶ୍ୱର , 17 ଜାନୁଆରି (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ସମସ୍ତ ନାଗରିକଙ୍କ ଉନ୍ନତ ଜୀବନ ଯାପନ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଆସୁଛି । ଏହି ଏକାମ୍ର କ୍ଷେତ୍ରର ଐତିହାସିକ ପରମ୍ପରା ରହିଛି । 1948 ରେ ଭୁବନେଶ୍ୱର ଏକ ବିଜ୍ଞାପିତ ପରିଷଦ ଭାବେ ଜନ୍ମ ନେଇଥିଲା । 1979 ରେ ଏହା ମ୍ୟୁନିସିପାଲିଟି ପାଇଁ ଏକ ଅଧିସୂଚିତ କ୍ଷେତ୍ର କମିଟି ଭାବରେ ଏବଂ ଶେଷରେ 1994 ରେ ଭୁବନେଶ୍ୱର ମହାନଗର ନିଗମ ଭାବେ କାର୍ଯ୍ୟ କରିଆସୁଅଛି । ବିଏମ୍ ସି ଗଠନ ପରଠାରୁ ଏହା ଏକ ସଂଗଠନ ଭାବେ ଅନେକ ଜଟିଳ ପଥ ଦେଇ ଗତି ଆଜି ସ୍ମାର୍ଟ ସିଟିର ମାନ୍ୟତା ପାଇପାରିଛି । । ଏପର୍ଯ୍ୟନ୍ତ ନିଜକୁ ସଶକ୍ତ କରିବା ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ କରିଆସୁଛି ।

ସହର ମଧ୍ୟରେ ଯାତାୟତ ଓ ପରିବହନକୁ ସୁଗମ କରିବା ଏଥିପାଇଁ ସହରାଞ୍ଚଳ ନୀତିକୁ ମାନି ଚଳିବା, ବିଶେଷ କରି ଚଳାବୁଲା, ପାଦଚଲା ରାସ୍ତା, ସାଇକେଲିଂ ଇତ୍ୟାଦି ଅଣ-ମୋଟର ଗମନାଗମନ (Non-Motorized Transport -ଏନ୍ଏମ୍ ଟି)କୁ ପ୍ରୋତ୍ସାହିତ କରିବା ପାଇଁ ବିଏମ୍ ସି କର୍ତ୍ତୃପକ୍ଷ ସେଣ୍ଟର୍ ଫର୍ ଗ୍ରୀନ୍ ମୋବିଲିଟି (ସିଜିଏମ୍) ସଂସ୍ଥା ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି ।

ସାରା ବିଶ୍ୱରରେ ଜଳବାୟୁ ପରିବର୍ତ୍ତନ ଓ ସବୁଜିମା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଐତିହ୍ୟ ଏବଂ ଆଧୁନିକତାକୁ ଯୋଡି ଆଗେଇଥିବା ସ୍ମାର୍ଟ ସିଟି ଭୁବନେଶ୍ୱର ନିଜ ଅଂଚଳରେ ଅଣମୋଟର ଯାତାୟତକୁ ଗୁରୁତ୍ୱ ଦେଇଛନ୍ତି ।

ବିଶେଷ କରି ଶିଶୁ, ମହିଳା, ବୃଦ୍ଧ, ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀଙ୍କ ନିମନ୍ତେ ଏହି ସୁବିଧା କରିବା ପାଇଁ ରଣନୀତି ପ୍ରସ୍ତୁତ ହେବ । ପ୍ରଶିକ୍ଷଣ, କର୍ମଶାଳା, ଏକ୍ସପୋଜର ପରିଦର୍ଶନ, ବୈଷୟିକ ମାର୍ଗଦର୍ଶନ ଏବଂ ଅଣମୋଟର ଗମନାଗମନ ଯୋଜନା, ଡିଜାଇନ୍, ସୁରକ୍ଷା ଓ ପରିଚାଳନା ଉପରେ ଜ୍ଞାନ ବିନିମୟ ମାଧ୍ୟମରେ ସଂସ୍ଥାଗତ ଦକ୍ଷତା ବୃଦ୍ଧି କରିବା ।

ପଥଚାରୀଙ୍କ ସୁରକ୍ଷା, ସାଇକେଲ ଚାଳନା ସଂସ୍କୃତି ଏବଂ ସ୍ଥାୟୀ ଗତିଶୀଳତା ଅଭ୍ୟାସ ଗ୍ରହଣ ଉପରେ ଧ୍ୟାନ ଦେଇ ଗୋଷ୍ଠୀ ଅଂଶଗ୍ରହଣ, ଜନ ସଚେତନତା ସାଙ୍ଗକୁ ଏହି ପ୍ରକାର ପରିବେଶ ଅନୁକୂଳ ଗମନାଗମନ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ତାଲିମ ପ୍ରଦାନ କରିବେ । ଏଥିରେ ବିଭିନ୍ନ ବର୍ଗଙ୍କୁ ସାମିଲ କରାଯିବ । ବିଏମ୍ ସି ଅଞ୍ଚଳରେ ଚାଲିବା, ସାଇକେଲ ଚାଳନା ଏବଂ ଅନ୍ୟାନ୍ୟ ଅଣ-ମୋଟର ଯୁକ୍ତ ଯାତାୟତ ପାଇଁ ଏକ ନିରାପଦ, ସୁଲଭ ଏବଂ ଲାଭ ଦାୟକ ଭିତ୍ତିଭୂମି ସୃଷ୍ଟି କରିବାରେ ବିଏମ୍ ସିକୁ ବୈଷୟିକ ସହାୟତା କରିବ ସିଜିଏମ୍ ।

ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଚଞ୍ଚଳ ରାଣା, ଅତିରିକ୍ତ କମିଶନର ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ଏନ୍ ଗଣେଶ ବାବୁଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ସିଜିଏମ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବଙ୍କିମ କାର୍ଲା ଉପସ୍ଥିତ ଥିଲେ । ଏହି ଚୁକ୍ତିନାମାରେ ବିଏମ୍ ସି ପକ୍ଷରୁ କମିଶନର ଶ୍ରୀ ରାଣା ଏବଂ ସିଜିଏମ୍ ସିଇଓ ଶ୍ରୀ କାର୍ଲା ସ୍ୱାକ୍ଷର କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande