
ଭୁବନେଶ୍ୱର, 17 ଜାନୁଆରି (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିମଳ, ଜନସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଓ ଶିକ୍ଷା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, ଓ୍ୱାର୍କ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀଧର ବେହେରା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ମଲ୍ଲିଆ, ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ବିପ୍ଲବ ବେହେରା, ଶ୍ରୀମତୀ ଆସିଆ ବେଗମ୍, ଶ୍ରୀମତୀ ଭାରତୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବିଏମ୍ ସିର ଅତିରିକ୍ତ କମିଶନର ରତ୍ନାକର ସାହୁ, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ମୁଖ୍ୟ ବିତ୍ତ ଅଧିକାରୀ ଦିପକ ରଂଜନ ବେହେରା, ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ଅଶୋକ କୁମାର ଦାସଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।
ଗତବର୍ଷର ବଜେଟ୍ ଅନୁଧ୍ୟାନ କରିବା ସହ ଚଳିତ ବର୍ଷ କଣ କଣ ନୂତନ ପ୍ରକଳ୍ପ ହାତକୁ ନେବେ ଏବଂ ତାର ଯଥାର୍ଥତା ପ୍ରତିପାଦନ ପୂର୍ବକ ବଜେଟ୍ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଯଥାଶୀଘ୍ର ବିଏମ୍ ସିର ସମସ୍ତ ଉପବିଭାଗ ନିଜ ନିଜର କାର୍ଯ୍ୟ ଯୋଜନା ସହ ବଜେଟ୍ ପ୍ରସ୍ତୁତ କରି ଆଗାମୀ ଫାଇନାନ୍ସ କମିଟିରେ ଉପସ୍ଥାପନ କରିବାକୁ ନିର୍ଦେଶ ଦିଆଯାଇଛି । ଉପବିଭାଗଗୁଡିକରୁ ଚିଠା ବଜେଟ୍ ପ୍ରସ୍ତାବ ମିଳିବା ପରେ ଏହାକୁ ଭିତ୍ତିକରି 2026-27 ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ ହେବ ବୋଲି ପରାମର୍ଶ ଦେଇଛନ୍ତି ମେୟର ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା