ଜାତୀୟ ସଡକ ସୁରକ୍ଷା ମାସ-୨୦୨୬ ପାଳନ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ
ସୁବର୍ଣ୍ଣପୁର, ୧୭ ଜାନୁଆରୀ (ହି.ସ.)- ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ପରିସରରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ ର ବାର୍ତ୍ତା ନେଇ ସଚେତନ କରାଯିବା ସହ ଲୋକଙ୍କୁ ଗାଡ
*ଜାତୀୟ ସଡକ ସୁରକ୍ଷା ମାସ-୨୦୨୬ ପାଳନ ଅବସର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ*


*ଜାତୀୟ ସଡକ ସୁରକ୍ଷା ମାସ-୨୦୨୬ ପାଳନ ଅବସର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ*


*ଜାତୀୟ ସଡକ ସୁରକ୍ଷା ମାସ-୨୦୨୬ ପାଳନ ଅବସର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ*


ସୁବର୍ଣ୍ଣପୁର, ୧୭ ଜାନୁଆରୀ (ହି.ସ.)- ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ପରିସରରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ ର ବାର୍ତ୍ତା ନେଇ ସଚେତନ କରାଯିବା ସହ ଲୋକଙ୍କୁ ଗାଡ଼ି ଚାଳନାର ସଠିକ୍ ମାର୍ଗଦର୍ଶନ କରାଇବା ଏହାର ମୂଳଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଘରୋଇ ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଜିଲ୍ଲା ଡ୍ରାଇଭର ମହାସଂଘର କର୍ମଚାରୀ, ବିଭିନ୍ନ ସମାଜସେବୀ ସଙ୍ଗଠନ ଓ ଜିଲ୍ଳାର ବିଭିନ୍ନ ସୋରୁମ୍ ର କର୍ମଚାରୀମାନେ ରକ୍ତଦାନ ମହାପୁଣ୍ୟ ଉଦ୍ଦେଶ୍ୟରେ ରକ୍ତଦାନ କରିବା ସହ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ଶ୍ରୀ ଚିତ୍ତରଞ୍ଜନ ତ୍ରିପାଠୀ ଓ ରକ୍ତଭଣ୍ଡାରର କର୍ମଚାରୀମାନେ ଉପସ୍ଥିତ ରହି ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଏମଭିଆଇ ଅଜିତ କୁମାର ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଦେବବ୍ରତ ପଟ୍ଟା ଙ୍କ ନେତୃତ୍ବରେ ପରିବହନ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande