୧୩ ତମ ମା ସୁବ୍ଲେନ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ, ତୁକୁଳା ବିଜୟୀ
ନୂଆପଡ଼ା, ୧୭ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଜୁନାନୀ ଗ୍ରାମ ମା ସୁବ୍ଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ତୁକଲା ଆଉ ମୁକ୍ତାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ତୁକଲା ଟସ ଜିତି ବୋଲିଙ୍ଗ କରିଥିଲା ଏବଂ ମୁକ୍ତାପୁର ୧୩.୧ ଓଭେର ୧୧୪ ରନ କର
Cricket tournament closing ceremony


ନୂଆପଡ଼ା, ୧୭ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଜୁନାନୀ ଗ୍ରାମ ମା ସୁବ୍ଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ତୁକଲା ଆଉ ମୁକ୍ତାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ତୁକଲା ଟସ ଜିତି ବୋଲିଙ୍ଗ କରିଥିଲା ଏବଂ ମୁକ୍ତାପୁର ୧୩.୧ ଓଭେର ୧୧୪ ରନ କରି ସମସ୍ତ ୱିକେଟ ହରାଇଥିଲା | ପରେ ତୁକଲା ଟିମ ୫.୩ ଓଭରରେ ୧ ୱିକେଟ ହରାଇ ବିଜୟ ଲାଭ କରିଥିଲା। ଫାଇନାଲରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ପ୍ରାଥୀ ଲମ୍ବୋଧର ନିଆଲ, ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଯୁବ ନେତା ଟିଟୁ ପାଣ୍ଡେ, କେର ହେଲଥ ଇନ୍ସୁରାନ୍ସ ମ୍ୟାନେଜେର ଯାଜ୍ଞସେନ ମେହେର,ଗ୍ରାମର ଗାଁ ଝାକର ଅଟବଲ ମାଝୀ, ଦଧିମୋହନ ପଟେଲ, ଟିକଚନ ମଝି, ଶଙ୍କର ପଟେଲ ମଞ୍ଚାସିନ ରହି ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ। ଆମ୍ପାୟାର ଭାବେ ରଥ ବାବୁ ଓ ରିଙ୍କୁ ବାରିକ, ଭାଷ୍ୟକାର ଭାବରେ ସୁନୀଲ କୁମାର ବାରିକ ପରିଚାଳନା କରିଥିଲେ|

ଟୁର୍ନାମେଣ୍ଟର ସଭାପତି ଲବଣେଶ୍ୱର ବାରିକ, ସମ୍ପାଦକ ପ୍ରମୋଦ ପ୍ରଧାନୀ ଏବଂ ଆୟୋଜକ ସଦସ୍ୟ ଚିନ୍ତୁ ମୋରାଲ, ପିଣ୍ଟୁ, ଯଶୋ, ପ୍ରତାପ, ବୀରେନ୍ଦ୍ର ମାଝୀ, ଅବସରପ୍ରାପ୍ତ ସୈନିକ ସରୋଜ ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଜେତା ଦଳକୁ ୩୦ ହଜାର ଓ ଉପ ବିଜେତା ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande