
ଜୟପୁର, ୧୭ ଜାନୁଆରୀ(ହି.ସ.) – କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଂଚାୟତର କେନ୍ଦୁଗୁଡା ଅଂଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ପୋଲିସ, ଅବକାରୀ, ବନବିଭାଗ ଏବଂ ରାଜସ୍ୱ ବିଭାଗର ଉପସ୍ଥିତିରେ ମିଳିତ ଚଢ଼ାଉ କରାଯଇଥିଲା। ଏହି ଚଢ଼ାଉରେ ୩୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ବୈପାରିଗୁଡା ଥାନା ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନେତୃତ୍ୱରେ ୧୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ବୈପାରୀଗୁଡା ଅବକାରୀ ଅଧିକାରୀ ଅଜୟ କୁମାର ନାୟକଙ୍କ ନେତୃତ୍ୱରେ ୧୬ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏଥିରେ ବୈପାରିଗୁଡା ଥାନା ଏସ୍ଆଇ ସଞ୍ଜୀବ ବେହେରା, ଅତିରିକ୍ତ ତହସିଲଦାର ଝାଡେଶ୍ୱର ସଉରା, ବନବିଭାଗର ଟିମ୍ ଏବଂ ଜୟପୁର ଅବକାରୀ ବିଭାଗର ଚନ୍ଦ୍ର ଶେଖର ପଡିହାରୀ, ନନ୍ଦପୁର ଓଆଇସି ରାଜୁ କୁମାରୀ କ୍ଷାତି, ବୈପାରୀଗୁଡା ଏଏସଆଇ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ସେଥିରେ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି। ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି