ଗୋମାଫିଆଙ୍କର ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ କରିବ କେନ୍ଦୁଝର ପୋଲିସ - କେନ୍ଦୁଝର ଆରକ୍ଷୀ ଅଧିକ୍ଷକ
କେନ୍ଦୁଝର, ୧୭ ଜାନୁଆରୀ (ହି.ସ.)- ଗୋମାଫିଆଙ୍କର ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ କରିବ କେନ୍ଦୁଝର ପୋଲିସ । ଏହା ପ୍ରକାଶ କରିଛନ୍ତି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର୍ । ୧ବର୍ଷ ପୂର୍ବେ ଗୋମାଫିଆ ମାନେ ପୋଲିସ୍ ଗାଡ଼ିକୁ ଆକ୍ରମଣ କରି ପୋଲିସଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲେ
ଗୋମାଫିଆଙ୍କର ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ କରିବ କେନ୍ଦୁଝର ପୋଲିସ - କେନ୍ଦୁଝର ଆରକ୍ଷୀ ଅଧିକ୍ଷକ


କେନ୍ଦୁଝର, ୧୭ ଜାନୁଆରୀ (ହି.ସ.)- ଗୋମାଫିଆଙ୍କର ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ କରିବ କେନ୍ଦୁଝର ପୋଲିସ । ଏହା ପ୍ରକାଶ କରିଛନ୍ତି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର୍ । ୧ବର୍ଷ ପୂର୍ବେ ଗୋମାଫିଆ ମାନେ ପୋଲିସ୍ ଗାଡ଼ିକୁ ଆକ୍ରମଣ କରି ପୋଲିସଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲେ । ସେବେଠାରୁ ଗୋମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପୋଲିସ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ନ୍ୟାୟ ସଂହିତାର ୧୧୨ ଧାରା, ସଂଗଠିତ ଅପରାଧ ନିୟମ ଅନୁଯାୟୀ ଗୋମାଫିଆଙ୍କ ଉପରେ ୨୦ରୁ ଉର୍ଧ୍ବ କେସ୍ ରୁଜୁ କରି ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଭାରତ ସରକାରଙ୍କର ନୂତନ ଏନ୍ଏଟି ଗ୍ରିଡ ଅନ୍ ଲାଇନ୍ ଆପ୍ ଜରିଆରେ ଏହି ଗୋମାଫିଆମାନେ ୧ଶହ କୋଟି ଟଙ୍କାର ସମ୍ପତ୍ତି ବେଆଇନ ଗୋଚାଲାଣରେ ଅର୍ଜନ କରିଥିବା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ୧ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ସହ, ଏଥିରେ ସମ୍ପୃକ୍ତ ମୁଖ୍ୟ ସୂତ୍ରଧରଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଦଗଡୁ I ଆଜିର ଗୋରକ୍ଷା ଅଭିଯାନରେ ୫ଟି ଜିଲ୍ଲାରେ ରେଡ଼ କରି ୯ ଜଣଙ୍କୁ ଅଟକ ରଖିବା ସହିତ, ସେମାନଙ୍କଠାରୁ ୧ କୋଟି ୪୦ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଏଥିସହିତ, ୧ କେଜି ସୁନା, ୩ କେଜି ରୁପା, ୧୧ଟି ଚାରିଚକିଆ ଗାଡି, ୧୩ଟି ଦୁଇଚକିଆ ଗାଡ଼ି, ମୋବାଇଲ ଫୋନ୍, ଜାଗା ଓ ଜମିର କାଗଜପତ୍ର, ବ୍ୟାଙ୍କ ଖାତା ଆଦି ଜବତ କରିଛି ପୋଲିସ । ଆଜି ସନ୍ଧ୍ୟା ସୁଦ୍ଧା ୧ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ସହିତ ବିଏନଏସ ଧାରା ୧୦୭ ଅନୁଯାୟୀ ଏସବୁ ଜବତ କରିବାକୁ ପୋଲିସ, କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande