ଷୋହଳଖଣ୍ଡ ଗୋପାଳ ସମାଜର ବୈଠକ
ଜୟପୁର, ୧୭ ଜାନୁଆରୀ(ହି.ସ.) – ଷୋହଳ ଖଣ୍ଡ ଗୋପାଳ ସମାଜର ଏକ ବୈଠକ ଆଜି ବୈପାରୀଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ସଭାପତି କବିରାଜ ପରମେଶ୍ୱର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼ ବିବରଣୀ ପାଠ କରିଥିଲେ। ବୈଠକରେ ବୈପାରୀଗୁଡ଼ା ମୁଠା ଉପରେ ଆ
ଷୋହଳଖଣ୍ଡ ଗୋପାଳ ସମାଜର ବୈଠକ


ଜୟପୁର, ୧୭ ଜାନୁଆରୀ(ହି.ସ.) – ଷୋହଳ ଖଣ୍ଡ ଗୋପାଳ ସମାଜର ଏକ ବୈଠକ ଆଜି ବୈପାରୀଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ସଭାପତି କବିରାଜ ପରମେଶ୍ୱର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼ ବିବରଣୀ ପାଠ କରିଥିଲେ। ବୈଠକରେ ବୈପାରୀଗୁଡ଼ା ମୁଠା ଉପରେ ଆଲୋଚନା ହୋଇଥିଲା। ବୈପାରିଗୁଡ଼ା ପାଠାଗାର ଠାରେ ଆୟୋଜିତ ଏହି ବୈଠକରେ ମୁଠା ସଭାପତି ପଦ୍ମନ ଗୌଡ଼, ଜନାର୍ଦ୍ଧନ ଗୌଡ଼, ଉଦୟନାଥ ମହାଙ୍କୁଡ଼, ଉପଦେଷ୍ଟା ଘାସିରାମ ଗୌଡ଼, ଅକ୍ଷୟ ଗୌଡ଼, ପ୍ରତାପ ଗୌଡ଼, ନିନି କୁମାରୀ ମାର୍ଥା, ସତ୍ୟ ନାରାୟଣ ଗୌଡ଼, ଭଗବାନ ଗୌଡ଼, ଚନ୍ଦ୍ରମଣୀ ଗୌଡ଼, ଜୟପୁର ମୁଠା ସଭାପତି ଭାସ୍କର ଚନ୍ଦ୍ର ଗୌଡ଼, ରାମଚନ୍ଦ୍ର ଗୌଡ଼, ଦଣ୍ଡାସୀ ଗୌଡ଼, ରବି ନାରାୟଣ ଗୌଡ଼, ବିଜୟ କୁମାର ଗୌଡ଼ ପ୍ରମୁଖ ଭାଗ ନେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବୋରିଗୁମ୍ମା ଏବଂ ସେମିଳିଗୁଡ଼ା ମୁଠା ପ୍ରସ୍ତୁତ ନେଇ ସ୍ଥିର ହୋଇଥିଲା। କୋରାପୁଟ ବିଧାୟକଙ୍କ ଆସିଥିବା ହାତପାଣ୍ଠରୁ କିଭଳି ସମାଜର ଗୃହ ନିର୍ମାଣ ହେବ ସେନେଇ ଆଲୋଚନା ହୋଇଥିଲା। ତହସିଲ ପକ୍ଷରୁ ଦିଆଯାଇଥିବା ଜମିରେ ଏହା ନିର୍ମାଣ ନେଇ ସ୍ଥିର ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande