


ସମ୍ବଲପୁର, 17 ଜାନୁଆରୀ (ହି.ସ.) ଯଶୋବନ୍ତ ସିଂ କମିଶନଙ୍କ ରିପୋର୍ଟରେ ହାଇକୋର୍ଟର ବେଞ୍ଚ ପାଇଁ ଯେଉଁ ଯେଉଁ ଉପାଦାନ ଆବଶ୍ୟକ ତାହା ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ରହିଛି ବୋଲି କହିଛନ୍ତି ସଚେତନ ନାଗରିକ । ଡବଲ ଇଞ୍ଜିନ ସରକାର ଥିଲେ ମଧ୍ୟ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ ବିଳମ୍ବ କାହିଁକି ?
ସମ୍ବଲପୁର: ଗତ ସାଧାରଣ ନିର୍ବାଚନରେ ପରାଜୟ ପରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ପ୍ରାୟ ଦେଢ଼ ବର୍ଷ ଚୁପ ରହିବା ପରେ ଏବେ ହଠାତ ସକ୍ରିୟ ହୋଇ ଉଠିଛନ୍ତି l ବିଗତ କିଛି ଦିନ ହେଲା ସେ ସୋସିଆଲ ମିଡ଼ିଆରେ ପୋଷ୍ଟ ଏବଂ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି l ବିଗତ କିଛି ଦିନ ତଳେ ସେ ଚାଷୀଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିବା ରାଜନୀତି ଆରମ୍ଭ କରିଛନ୍ତି l ରୋହିତ କହିଛନ୍ତି ଏବେ ଟ୍ରିପଲ ଇଂଜିନ (ସମ୍ବଲପୁର, ରାଜ୍ୟ ଓ କେନ୍ଦ୍ର ପରିପ୍ରେକ୍ଷୀରେ ) ସରକାର ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇ ପାରୁନାହିଁ l ଯଦି ମହାରାଷ୍ଟ୍ରର କୋହ୍ଲାପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିଲା ତେବେ ପଶ୍ଚିମ ଓଡିଶା ତଥା ସମ୍ବଲପୁରରେ କାହିଁକି ହୋଇ ପାରିବ ନାହିଁ l ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ୨୦୨୫ରେ ମହାରାଷ୍ଟ୍ରର କୋହ୍ଲାପୁର ଠାରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇଛି l ଯାହା ୬ ଟି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏହା ରାଜ୍ୟର ଚତୁର୍ଥ ବେଞ୍ଚ ଅଟେ lରାଜ୍ଯରେ ଡବଲ ଇଞ୍ଜିନ ସରକାର ଥିଲେ ମଧ୍ୟ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ ବିଳମ୍ବ କାହିଁକି ?
ଏହି ପ୍ରସଙ୍ଗ ନେଇ ସେ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାଙ୍କୁ ଭେଟି ଆଗକୁ ଦଳ ମତ ନିର୍ବିଶେଷରେ ହାଇକୋର୍ଟ ବ୍ୟାଞ୍ଚ ପ୍ରତିଷ୍ଠା ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ l ସୂଚନା ଯୋଗ୍ୟ ଯେ ୨୦୨୩ ମସିହାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ କିଛି ଲୋକ ଜଜଙ୍କ ଚାମ୍ବରକୁ ପଶି ଭଙ୍ଗାରୁଜା କରିବା ଘଟଣା ଘଟିବା ପରେ ୫୦ ରୁ ଉର୍ଦ୍ଧ୍ୱ ଓକିଲ ଗିରଫ ହୋଇଥିଲେ l ଏହା ପରେ ଏହି ଘଟଣାକୁ ନେଇ ସୁପ୍ରିମ କୋର୍ଟଙ୍କ ଛାଟ ଯୋଗୁ ୩୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ଚାଲିଥିବା ଏହି ଆନ୍ଦୋଳନ ଗୋଟିଏ ପ୍ରକାର ମୃତ ପ୍ରାୟ ହୋଇଯାଇଛି l
ତେବେ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାଙ୍କୁ ଭେଟିବା ପରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା ସମ୍ବଲପୁର ବାସୀ ହାଇକୋର୍ଟ ବେଞ୍ଚ ପାଇଁ ଆନ୍ଦୋଳନ କରି ଆସୁଛନ୍ତି l ବିଗତ ସାଧାରଣ ନିର୍ବାଚନରେ ଏହା ବିଜେପିର ନିର୍ବାଚନୀ ପ୍ରତିଶୃତିରେ ମଧ୍ୟ ରହିଥିଲା । ତେଣୁ ବର୍ତମାନ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚର ପ୍ରତିଷ୍ଠା କରିବାର ପ୍ରକୃଷ୍ଟ ସମୟ । କାରଣ ବର୍ତମାନ ଟ୍ରିପଲ ଇଂଜିନ ସରକାର ରହିଛି l ତେଣୁ ବିଜେପି ଦଳର ନେତାଙ୍କ ଆନ୍ତରିକତା ଥିଲେ ନିଶ୍ଚିତ ଭାବରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇଯିବ l
ଗତ ସାଧାରଣ ନିର୍ବାଚନରେ ପରାଜୟ ପରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ପ୍ରାୟ ଦେଢ଼ ବର୍ଷ ଚୁପ ରହିବା ପରେ ଏବେ ହଠାତ ସକ୍ରିୟ ହୋଇ ପଡିଛନ୍ତି l ବିଗତ କିଛି ଦିନ ହେଲା ସେ ସୋସିଆଲ ମିଡ଼ିଆରେ ପୋଷ୍ଟ ଏବଂ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି l ବିଗତ କିଛି ଦିନ ତଳେ ସେ ଚାଷୀଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବ୍ୟାଞ୍ଚ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି l ଏହାସହ ପୂଜାରୀ ବିଜେପିକୁ ତାତ୍ସଲ୍ୟ କରି କହିଥିଲେ ଯେ ଆମର ସମୟରେ ସିଙ୍ଗଲ ଇଂଜିନ ସରକାର ଥିଲା, ତେବେ ଏଥିରେ ଦ୍ବିମତ ନାହିଁ ଯେ ଆମ ସମୟରେ 2 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ହାଇକୋର୍ଟ ବେଞ୍ଚ ପାଇଁ ଚିଠି କରିଥିଲେ l ତେବେ ସେମାନେ ଆମକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବିତ ଚିଠି ଦେଇନଥିବା କହି ଦୋଷ ଦେଇ ଥିଲେ କିନ୍ତୁ ବର୍ତମାନ ଅଉ ଭୁଲ ହେବାର ସମ୍ଭାବନା ନାହିଁ କାରଣ ବର୍ତମାନ ସେମାନେ ନିଜେ ପ୍ରସ୍ତାବ ଦେବେ ଓ ନିଜେ ହିଁ ପାରିତ କରେଇବେ l ଏଭଳି କହି ପୂଜାରୀ ଏକ ଚତୁର ରାଜନୈତିକ ଚାଲ ଚାଲି ବିଜେପି ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି l
ଅନ୍ୟପଟେ ବିଜେଡିର ଏହି 2 ନେତାଙ୍କୁ କାଉଣ୍ଟର କରିବାକୁ ଯାଇ ସମ୍ବଲପୁର ଜିଲ୍ଲା ବିଜେପିର ପ୍ରମୁଖ ନେତା ତଥା ବିଶିଷ୍ଟ ଆଇନଜିବୀ ଡ଼ ପ୍ରମୋଦ ରଥ କହିଛନ୍ତି ବିଜେଡି ସରକାର ହାଇକୋର୍ଟ ବେଞ୍ଚ ପାଇଁ ଯେଉଁ ଚିଠି କରିଥିଲେ ତାହା ପୂର୍ଣ୍ଣାଙ୍ଗ ନଥିଲା କି ସେମାନେ ଏନେଇ ହାଇକୋର୍ଟ ଅଥବା ହାଇକୋର୍ଟ ମୂଖ୍ୟ ବିଚାରପତିଙ୍କୁ କିଛି ଜଣେଇ ନଥିଲେ l ଓଲଟା ୨୦୨୩ ମସିହାରେ କଚେରୀ ଛକରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଚାଲିଥିବା ବେଳେ କିଛି ନିରୀହ ଓକିଲଙ୍କୁ ପୋଲିସ ଗିରଫ କରିଥିଲା ଓ ମାଡ଼ ବି ମାରିଥିଲା, ସେତେବେଳେ ମହାପୁରୁଷ ଶ୍ରୀ ପୂଜାରୀ କେଉଁଠି ଥିଲେ ? ତେବେ ସେ ଏହି ଘଟଣାରେ ମୁଣ୍ଡ ପୁରାନ୍ତୁ ନାହିଁ ସରକାର ଠିକଣା ସମୟରେ ପଦକ୍ଷେପ ନେବେ ବୋଲି କହିଛନ୍ତି ରଥ l ସେହିପରି ସମ୍ବଲପୁରର ଅନ୍ୟତମ ବୁଦ୍ଧିଜୀବୀ ତଥା ସଚେତନ ନାଗରିକ ରାଜାରାମ ପାଢ଼ୀଙ୍କ ମତ ହେଲା ଯେ ବର୍ତମାନର ସରକାରଙ୍କ ରାଜନୈତିକ ଇଚ୍ଛା ଶକ୍ତି ଅଭାବ ଯୋଗୁ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ହୋଇ ପାରୁନାହିଁ l ପାଢ଼ୀ କହିଛନ୍ତି ଯେ ଏହି ଦାବି ଏକ ନ୍ୟାର୍ଯ୍ୟ ଦାବୀ l ଗତ ୫୦ ବର୍ଷ ଧରି ପଶ୍ଚିମ ଓଡିଶାବାସୀ ଏହି ଆନ୍ଦୋଳନ କରି ଆସୁଛନ୍ତି l ତେବେ ୨ ବର୍ଷ ତଳେ ଯେଉଁ ଅଭାବନୀୟ ଘଟଣା ଘଟିଲା ତା ଯୋଗୁଁ ଏହି ଆନ୍ଦୋଳନ ଅବଦମିତ ହୋଇ ରହିଛି l କିନ୍ତୁ ନିକଟ ଅତୀତରେ ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇଛି l ଏହା ସହ ଯଶୋବନ୍ତ ସିଂ କମିଶନଙ୍କ ରିପୋର୍ଟରେ ହାଇକୋର୍ଟର ବେଞ୍ଚ ପାଇଁ ଯେଉଁ ଉପାଦାନ ଆବଶ୍ୟକ ତାହା ସବୁ ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ରହିଛି ତେଣୁ ଏହି ଡବଲ ଇଂଜିନ ସରକାର ନିଜର ପ୍ରତିଶୃତି ମୁତାବକ ତାହା ପାଳନ କରିବା ଉଚିତ l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ