
କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରେ ବ୍ୟାପକ ପରିମାଣ ରେ ବେଆଇନ ନାଲି ଇଟାଭାଟି ତିଆରି ହେବାରୁ ପରିବେଶ ଦୂଷିତ ହେବା ସହ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ ହେବାପରେ ଉପ ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ତହସିଲଦାର କୁଇନ ଜେନା ତହସିଲ ଅଂଚଳରେ ଆରଆଇଙ୍କ ଜାଣତରେ ନାଗପୁରା, ସାହସପୁର ପ୍ରଭୃତି ଅଂଚଳରେ ବିନା ଅନୁମତିରେ ତିଆରି ହୋଇଥିବା ଇଟାଭାଟିଗୁଡ଼ିକୁ ଶନିବାର କେନ୍ଦ୍ରାପଡ଼ା ତହସିଲଦାର ଜେସିବି ମେସିନ ସାହାଯ୍ୟରେ ଭାଙ୍ଗିଛନ୍ତି। ତେବେ ଏହି ଅଂଚଳରେ ରାଜସ୍ୱ ଫାଙ୍କି ଅନେକ ଇଟାଭାଟି ନିର୍ମାଣ ହେଉଥିବାବେଳେ ସ୍ଥାନୀୟ ଆରଆଇ ନିରବଦ୍ରଷ୍ଟା ସାଜିଥିବାରୁ ଅଂଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି