
କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – ୧୨ ଜାନୁଆରୀ ର ଆରମ୍ଭ ହୋଇଥିବା ଜିଲ୍ଲା ମହୋତ୍ସବ ଆଜି ଉଦଯାପିତା ହୋଇଯାଇଛି। ଉଦଯାପନି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜ୍ଝ ମାନ୍ୟବର ମନ୍ତ୍ରୀ ତାଙ୍କ ଭାଷଣରେ ଶିକ୍ଷା କ୍ଷେତ୍ରରେ ଆଗୁଆ ଜିଲ୍ଲା କେନ୍ଦ୍ରାପଡ଼ା କହିବା ସହିତ ଓଡିଶାରେ ଶିକ୍ଷା ନୀତି, ଶିକ୍ଷା କ୍ଷେତ୍ରରେ ସଂସ୍କାର, ଶିଶୁ ବଟିକା, ଶିଶୁ ସେବିକା ନିଯୁକ୍ତିକୁ ଗୁରୁତ୍ୱ, ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ, ହଷ୍ଟେଲ ରହି ପାଠ ପଡୁଥିବା ଛାତ୍ର ଛାତ୍ରୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାଛଡା ଭିତରକନିକା, କେନ୍ଦ୍ରାପଡ଼ା ରସାବଳି କଥା ଉପସ୍ଥାପନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ ନାୟକ,ଜିଲ୍ଲାପାଳ ରଘୁରାମ ଆର ୟାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ସ୍ଥାନୀୟ କଳାକାର ଏବଂ ରାଜ୍ୟର ଅନ୍ୟ ଜିଲ୍ଲାରୁ ଆସିଥିବା କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁନାମି ଧନ୍ୟ ଗାୟିକା ଅନ୍ତରା଼ ଚକ୍ରବର୍ତୀଙ୍କ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ମନୋରଞ୍ଜନ କରିଥିଲେ। ଆଜି ଜିଲ୍ଲା ମହୋତ୍ସବ ଉଦଯାପନି ହୋଇଥିବା ବେଳେ ପଲ୍ଲିଶ୍ରୀ ମେଳା ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ। ପ୍ରକାଶଥାଉ କି ୧୨ ତାରିଖରୁ ଆରମ୍ଭ ହୋଇଥିବା ମେଳାରେ ଆଜି ପର୍ଯ୍ୟନ୍ତ ୯୮ ଲକ୍ଷରୁ ଅଧିକ ବିକ୍ରି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି