ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ,ନୂତନ ଜିଲ୍ଲା ସଚିବ ଭାବେ ଡ଼ ପ୍ରଜ୍ଞ୍ୟାପରମିତା ଜେନା ଦାଇତ୍ୱ ଗ୍ରହଣ
ଖୋର୍ଦ୍ଧା, 17 ଜାନୁଆରି (ହି.ସ.) - ଖୋର୍ଦ୍ଧା, ଜିଲ୍ଲାଶିକ୍ଷlଧିକାରୀ ସୋନାମିକା ରାୟ ଙ୍କ ମାର୍ଗ ଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜୁନିୟର୍ ରେଡ୍ କ୍ରସ୍ ଖୋର୍ଦ୍ଧାର କାର୍ଯ୍ୟ ନିର୍ବାହୀ ବୈଠକ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ନୂତନ ଜିଲ୍ଲା ସଚିବ ଭାବେ ଡ଼ ପ୍ରଜ୍ଞା
Red cross


ଖୋର୍ଦ୍ଧା, 17 ଜାନୁଆରି (ହି.ସ.) - ଖୋର୍ଦ୍ଧା, ଜିଲ୍ଲାଶିକ୍ଷlଧିକାରୀ ସୋନାମିକା ରାୟ ଙ୍କ ମାର୍ଗ ଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜୁନିୟର୍ ରେଡ୍ କ୍ରସ୍ ଖୋର୍ଦ୍ଧାର କାର୍ଯ୍ୟ ନିର୍ବାହୀ ବୈଠକ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ନୂତନ ଜିଲ୍ଲା ସଚିବ ଭାବେ ଡ଼ ପ୍ରଜ୍ଞା ପରମିତା ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଖୋର୍ଦ୍ଧା ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ନିଯୁକ୍ତିରେ ଜିଲ୍ଲାର ଶିକ୍ଷା ଜଗତ ଓ ଜେଆରସି ସଂଘର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଡା. ଜେନାଙ୍କ ଦକ୍ଷ ନେତୃତ୍ୱରେ ଜେଆରସି କାର୍ଯ୍ୟକ୍ରମ ଆହୁରି ସକ୍ରିୟ ଓ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧ୍ୟକ୍ଷl ତଥା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ରାୟ ସ୍ୱାଗତ ଜଣେଇବା ସହ ରେଡ଼କ୍ରସର ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାର ବାର୍ତ୍ତାକୁ ଉଲ୍ଲେଖ କରିଵା ସହିତ ଆଗାମୀ ଦିନ ପାଇଁ କାର୍ଯ୍ୟପନ୍ଥା ସ୍ଥିରକରିବାକୁ ନିର୍ଦ୍ଦେଶ ଦେଇଛନ୍ତି lଏହି ଅବସରରେ ପୂର୍ବତନ ଜିଲ୍ଲା ସଚିବ ଭାସ୍କର ଲେଙ୍କାଙ୍କୁ ଗଭୀର କୃତଜ୍ଞତା ଜଣାଯାଇଛି। ତାଙ୍କ କାର୍ଯ୍ୟକାଳରେ ଜେଆରସି ଖୋର୍ଦ୍ଧା ଅନେକ ସଫଳତା ଓ ଉପଲବ୍ଧି ଅର୍ଜନ କରିଛି। ଶ୍ରୀ ଲେଙ୍କାଙ୍କ ନୂତନ ଦାୟିତ୍ୱ ପାଇଁ ସମସ୍ତଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।ଜେଆରସି ଖୋର୍ଦ୍ଧା ପରିବାର ପକ୍ଷରୁ ମଧ୍ୟ ଡ଼ ଜେନାଙ୍କୁ ସ୍ୱାଗତ କରାଯାଇଛି l ଏହି ବୈଠକରେ ରାଜ୍ୟ ଜୁନିଅର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଉପ ସଭାପତି ଡ଼ଃ ନିରଞ୍ଜନ ମହାନ୍ତି, ଯୁଗ୍ମ ସଚିବ ମୁରଲୀଧର ପରିଡା, କାର୍ଯ୍ୟକାରୀ ସଚିବ ସୁଧାକର ମହାପାତ୍ର, ଏବିଇଓ ପ୍ରଭାତ କୁମାର ସେଠି, ଡିପିଇଓ ଦିଲ୍ଲୀପ କୁମାର ମୁଦି, ପ୍ରଧାନଶିକ୍ଷକ ତଥା ବ୍ଲକ ସଚିବ ଓ ବ୍ଲକ ସଂଯୋଜକ ସହ ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତୋଫାନ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ରାଉତରାୟ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ରଶ୍ମି ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକରେ ବିଭିନ୍ନ ତାଲିମ ଶିବିର, ସଚେତନତା କାର୍ଯ୍ୟକ୍ରମ, ସାମାଜିକ ସେବା ଶିବିର, ରକ୍ତ ଦାନ ଶିବିର, ଟ୍ରାଫିକ କ୍ଲବ, ରେଡ ରିବନ କ୍ଲବ ଓ ଫାଷ୍ଟ ଏଡ଼ କ୍ଲବ ଉପରେ ଆଲୋଚନା ହୋଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande